ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୁଣି ଧରା ପଡିଲା ପାକିସ୍ତାନର ମିଛ ଫଟୋ , ଶରିଫଙ୍କ ଏହି ଭୁଲ ପାଇଁ ସୋସିଆଲ ମିଡିଆରେ ହେଲେ ଟ୍ରୋଲ

Published By : Harapriya Biswal | May 26, 2025 2:56 PM

ନୂଆଦିଲ୍ଲୀ,୨୬।୫:  ପାକିସ୍ତାନ ଓ ପାକିସ୍ତାନୀ ନେତାଙ୍କ ମିଛ ବହୁବାର ଦେଖିବାକୁ ମିଳିଥାଏ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଲୋକେ କରିଛନ୍ତି ଟ୍ରୋଲ। ଏହି ଫଟୋରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନିଜ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ‘ଅପରେସନ୍ ବୁନୟାନ ୖଲ୍ ମରସୁସ୍’ର ସାବାସୀ ଦେଇ ଏକ ଫଟୋ ଦେଖାଇଛନ୍ତି। ତେବେ ଏହା ପାକିସ୍ତାନ ପ୍ରକୃତ ଡ୍ରିଲ ଫଟୋ ନୁ‌ହେଁ। ଏହି ଫଟୋ ହେଉଛି ଚୀନ୍ର ଏକ ସାମରିକ ଡ୍ରିଲ, ଯାହାକି ୨୦୧୯ ରେ ହୋଇଥିଲା। 

ଉଲ୍ଲେଖନୀୟ ଯେ, ଭାରତ ବିରୋଧରେ ପାକିସ୍ତାନ ଅପରେସନ୍ ବୁନୟାନ ଅଲ୍ ମରସୁମ୍ କଥିତ ସଫଳତାକୁ ନେଇ  ସେନା ମୁଖ୍ୟ ମୁନୀରଙ୍କୁ ଦେଇଛନ୍ତି ସାମରିକ କ୍ଷମତା ।  ତାଙ୍କୁ ଫିଲ୍ଡ ମାର୍ଶଲ କରିଦେଇଛନ୍ତି। ନିଜର ପରାଜୟକୁ ଲୁଚାଇବା ପାଇଁ ପାକିସ୍ତାନ ବିଭିନ୍ନ ପ୍ରକାର ପ୍ରୋପାଗଣ୍ଡା ଚଳାଇଛି। ମୁନୀରଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶରିଫ୍ ଏକ ବଡ଼ ଭୋଜିର ମଧ୍ୟ ଆୟୋଜନ କରିଥିଲେ। ଏହି ସମୟରେ ସେ ଏକ ଆକ୍ସିଡେଣ୍ଟ ଫଟୋ ସେୟାର କରିଥିଲେ। ତେବେ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଯୁଗରେ ଏହାର ସତ୍ୟତା ଲୁଚି ପାରିନି। ପାକିସ୍ତାନ ସେନା ଓ ସରକାରର ମିଛ ଫେଟୋକୁ ନେଇ ସୋସିଆଲ ମିଡିଆରେ କରାଯାଉଛି ଜୋରଦାର ଟ୍ରୋଲ।

ସୋସିଆଲ ମିଡିଆରେ ଲୋକେ ଶେହବାଜ ଶରିଫ୍ ଓ ଆସିମ ମୁନୀରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପାକିସ୍ତାନର ନୂଆ ମାଷ୍ଟରପିସ୍। ଶେହବାଜ ସରିଫ୍ ଫଟୋସପ୍ କରିଥିବା ଏକ ପେଣ୍ଟିଂ ଅସୀମ ମୁନୀରଙ୍କୁ ଉପହାରରେ ଦେଇଛନ୍ତି। ଏହା ଚୀନ୍‌ ସେନାର ଡ୍ରିଲର ଫଟୋ। ଆପଣ ଯୁଦ୍ଧ କ୍ଷେତ୍ରରେ ଜିତି ପାରିନଥିବାରୁ କାନଭାରେ ଜିତିବାର ଚେଷ୍ଟା କରୁଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି, ପାକିସ୍ତାନର କମେଡିଆନ୍ ମୁନୀରଙ୍କ ସହ ଦ୍ବିତୀୟ କମେଡିଆନ୍ ଶରିଫ୍। ଏହା ପ୍ରକୃତରେ ୨୦୧୯ ର ପଟୋ। କ’ଣ ପାକିସ୍ତାନ ଦେଶ କହିବାକୁ ଯୋଗ୍ୟ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.