ନୂଆଦିଲ୍ଲୀ,୨୬।୫:  ପାକିସ୍ତାନ ଓ ପାକିସ୍ତାନୀ ନେତାଙ୍କ ମିଛ ବହୁବାର ଦେଖିବାକୁ ମିଳିଥାଏ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଲୋକେ କରିଛନ୍ତି ଟ୍ରୋଲ। ଏହି ଫଟୋରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନିଜ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ‘ଅପରେସନ୍ ବୁନୟାନ ୖଲ୍ ମରସୁସ୍’ର ସାବାସୀ ଦେଇ ଏକ ଫଟୋ ଦେଖାଇଛନ୍ତି। ତେବେ ଏହା ପାକିସ୍ତାନ ପ୍ରକୃତ ଡ୍ରିଲ ଫଟୋ ନୁ‌ହେଁ। ଏହି ଫଟୋ ହେଉଛି ଚୀନ୍ର ଏକ ସାମରିକ ଡ୍ରିଲ, ଯାହାକି ୨୦୧୯ ରେ ହୋଇଥିଲା। 

ଉଲ୍ଲେଖନୀୟ ଯେ, ଭାରତ ବିରୋଧରେ ପାକିସ୍ତାନ ଅପରେସନ୍ ବୁନୟାନ ଅଲ୍ ମରସୁମ୍ କଥିତ ସଫଳତାକୁ ନେଇ  ସେନା ମୁଖ୍ୟ ମୁନୀରଙ୍କୁ ଦେଇଛନ୍ତି ସାମରିକ କ୍ଷମତା ।  ତାଙ୍କୁ ଫିଲ୍ଡ ମାର୍ଶଲ କରିଦେଇଛନ୍ତି। ନିଜର ପରାଜୟକୁ ଲୁଚାଇବା ପାଇଁ ପାକିସ୍ତାନ ବିଭିନ୍ନ ପ୍ରକାର ପ୍ରୋପାଗଣ୍ଡା ଚଳାଇଛି। ମୁନୀରଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶରିଫ୍ ଏକ ବଡ଼ ଭୋଜିର ମଧ୍ୟ ଆୟୋଜନ କରିଥିଲେ। ଏହି ସମୟରେ ସେ ଏକ ଆକ୍ସିଡେଣ୍ଟ ଫଟୋ ସେୟାର କରିଥିଲେ। ତେବେ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଯୁଗରେ ଏହାର ସତ୍ୟତା ଲୁଚି ପାରିନି। ପାକିସ୍ତାନ ସେନା ଓ ସରକାରର ମିଛ ଫେଟୋକୁ ନେଇ ସୋସିଆଲ ମିଡିଆରେ କରାଯାଉଛି ଜୋରଦାର ଟ୍ରୋଲ।

ସୋସିଆଲ ମିଡିଆରେ ଲୋକେ ଶେହବାଜ ଶରିଫ୍ ଓ ଆସିମ ମୁନୀରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପାକିସ୍ତାନର ନୂଆ ମାଷ୍ଟରପିସ୍। ଶେହବାଜ ସରିଫ୍ ଫଟୋସପ୍ କରିଥିବା ଏକ ପେଣ୍ଟିଂ ଅସୀମ ମୁନୀରଙ୍କୁ ଉପହାରରେ ଦେଇଛନ୍ତି। ଏହା ଚୀନ୍‌ ସେନାର ଡ୍ରିଲର ଫଟୋ। ଆପଣ ଯୁଦ୍ଧ କ୍ଷେତ୍ରରେ ଜିତି ପାରିନଥିବାରୁ କାନଭାରେ ଜିତିବାର ଚେଷ୍ଟା କରୁଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି, ପାକିସ୍ତାନର କମେଡିଆନ୍ ମୁନୀରଙ୍କ ସହ ଦ୍ବିତୀୟ କମେଡିଆନ୍ ଶରିଫ୍। ଏହା ପ୍ରକୃତରେ ୨୦୧୯ ର ପଟୋ। କ’ଣ ପାକିସ୍ତାନ ଦେଶ କହିବାକୁ ଯୋଗ୍ୟ ?