ଆସାମ ବୋମା ବିସ୍ଫୋରଣ, ୧୦ ଜଣଙ୍କୁ ଆଜୀବନ

source:www.news18.com
ନୂଆଦିଲ୍ଲୀ,୩୦ ।୧(ଏଜେନ୍ସି): ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଆଜି ଆସାମରେ ୨୦୦୮ ମସିହାରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାରେ ୧୦ ଜଣଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି । ସେମାନଙ୍କ ମଧ୍ୟରେ ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡୋଲ୍ୟାଣ୍ଡ(ଏନଡିଏଫ୍ବି)ର ମୁଖ୍ୟ ରଞ୍ଜନ ଦୈମାରୀ ଓ ଅନ୍ୟ ୯ ଜଣ ସାମିଲ ଅଛନ୍ତି । ସେହିପରି ଅନ୍ୟ ୩ ଜଣ ଦୋଷୀ କୋର୍ଟଙ୍କ ଦ୍ୱାରା ବିଧାନ କରାଯାଇଥିବା ଜରିମାନା ଦାଖଲ କରିବା ପରେ ଖଲାସ ହେବେ । ଅନ୍ୟପଟେ ଦୁଇ ଜଣ ଦୋଷୀ ନିଲିମ ଦୈମାରୀ ଓ ମୃଦୁଲ ଗୋୟାରୀ ସେମାନଙ୍କର ଦଣ୍ଡ ଭୋଗି ସାରିଥିବାରୁ ସେମାନଙ୍କୁ ଖଲାସ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୨୦୦୮ ମସିହା ଅକ୍ଟୋବର ୩୦ ତାରିଖରେ ଆସାମର ୯ଟି ସ୍ଥାନରେ ଘଟିଥିବା ଏହି ସିରିଏଲ ବୋମା ବିସ୍ଫୋରଣରେ ୮୮ ଜଣରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଥିଲା ।