PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆସାମ ସରକାରଙ୍କ ଘୋଷଣା, କନ୍ୟାଙ୍କୁ ମିଳିବ ୧ ତୋଳା ସୁନା

source:www.thenational.ae

ଗୌହାଟୀ, ୬ ।୨(ଏଜେନ୍ସି): ଆଗକୁ ନିର୍ବାଚନ ଥିବାବେଳେ ବିଭିନ୍ନ ରାଜ୍ୟର ସରକାର ଲୋକମାନଙ୍କ ପାଇଁ ନୂଆ ନୂଆ ଯୋଜନା ସଂପର୍କରେ ଘୋଷଣା କରୁଛନ୍ତି । ସେହି କ୍ରମରେ ଆସାମର ବିଜେପି ସରକାର ବିବାହ ସମୟରେ ରାଜ୍ୟରେ କନ୍ୟାଙ୍କୁ ସରକାରଙ୍କ ପକ୍ଷରୁ ୧ ତୋଳା (୧୧.୬୬ ଗ୍ରାମ)ସୁନା ଉପହାରସ୍ୱରୂପ ଦିଆଯିବ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନର ବଜାର ମୂଲ୍ୟ ଅନୁସାରେ ୧ ତୋଳା ସୁନାର ଦାମ୍‌ ପ୍ରାୟ ୩୮ ହଜାର ଟଙ୍କା ।
ରିପୋର୍ଟ ଅନୁସାରେ ରାଜ୍ୟର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ବଜେଟ୍‌ ଉପସ୍ଥାପନ କରିବା ସମୟରେ ଏହି ଘୋଷଣା କରିଥିଲେ । ଏହି ଅବସରରେ ଶର୍ମା କହିଥିଲେ ଯେ, ଆସାମରେ ଜଣେ ଝିଅ ପିତାଙ୍କ ଘରୁ ବିଦାୟ ନେବା ସମୟରେ ତାଙ୍କୁ ଆଶୀର୍ବାଦ ସ୍ୱରୂପ ସୁନା ଗହଣା ପ୍ରଦାନ କରାଯିବାର ପରମ୍ପରା ବହୁ ବର୍ଷ ଧରି ରହିଛି । ଯେଉଁ ପିତାମାନେ ନିଜ ଝିଅ ପାଇଁ ସୁନା ଗହଣା କିଣିବାକୁ ଅକ୍ଷମ ସେମାନଙ୍କ ପାଇଁ ଏହି ‘ଅରୁନ୍ଧତୀ’ ଯୋଜନା କରାଯାଇଛି । ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍‌ ଅର୍ଥ ରୋଜଗାର କରୁଥିବା ପରିବାରକୁ ଏହାର ଲାଭ ମିଳିବ । ରାଜ୍ୟ ସରକାର ଏହି ଯୋଜନା ପାଇଁ ୩୦୦ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ସ୍ୱତନ୍ତ୍ର ବିବାହ(ଆସାମ) ନିୟମ, ୧୯୫୪ ଅନୁସାରେ ପଞ୍ଜିକରଣ କରାଇ ଅରୁନ୍ଧତୀ ଯୋଜନାର ଲୋକମାନେ ଲାଭ ପାଇପାରିବେ । ସେହିଭଳି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ କେଜି ପ୍ରତି ୧ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଦିଆଯିବ । ଶ୍ରମିକଙ୍କୁ ମାଗଣା ଚାଉଳ ଓ କେଜି ପ୍ରତି ୨ ଟଙ୍କା ଦରରେ ଚିନି ଯୋଗାଇ ଦିଆଯିବ ।