ମୁମ୍ୱାଇ : ଆଶା ଭୋସଲେ ୯୨ ବର୍ଷ ବୟସରେ ଏହି ଦୁନିଆକୁ ଅଲବିଦା କହିଛନ୍ତି। ସିଙ୍ଗର ଅନେକ ଦଶନ୍ଧିର ନିଜର କ୍ୟାରିୟରରେ ହଜାର ହଜାର ଗୀତ ଗାଇଛନ୍ତି ଏବଂ ଏବେ ଏହି ସବୁ ଗୀତ କାରଣରୁ ତାଙ୍କୁ ମନେରଖା ଯାଇଛି। ଆଶା ଭୋସଲେ ନିଜର ବିଚାର ଓ ଐତିହ୍ୟକୁ ନେଇ କିଛି ବି ଖରାପ ସହ୍ୟ କରୁ ନଥିଲେ। ଏଥିପାଇଁ ଯେବେ ମ୍ୟୁଜିକ୍ କମ୍ପୋଜର ଓ ସିଙ୍ଗର ହିମେଶ ରେଶମିଆଙ୍କ ସହ ତାଙ୍କର ବିବାଦ ହୋଇଥିଲା ତ ଆଶା ଭୋସଲେ ତାଙ୍କୁ ଚାପୁଡ଼ା ମାରିବା ଯାଏ ବି କଥା କହି ଦେଇଥିଲେ।
ଏହି ମାମଲା ୨୦୦୬ ମସିହାର। ଏହି ସମୟରେ ହିମେଶ ନିଜ ଗୀତ ପାଇଁ ପ୍ରସିଦ୍ଧ ହେଉ ଥିଲେ। ତାଙ୍କର ନାକରେ ଗୀତ ଗାଇବାକୁ ନେଇ ଚର୍ଚ୍ଚା ହେଉଥିଲା। ଏହି ସମୟରେ ସେ ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ନାକରେ ଗୀତ ଗାଇବାର ଉପାୟକୁ ସୁରକ୍ଷା ଦେଇଥିଲେ ଏବଂ ଆରଡି ବର୍ମନଙ୍କ ନାମ ନେଇଥିଲେ। ହିମେଶ କହିଥିଲେ ଲିଜେଣ୍ଡରୀ ସିଙ୍ଗର ଯେମିତି କି ଆରଡି ବର୍ମନ ଓ ନୁସରତ ଫତେହ ଅଲୀ ଖାନ ମଧ୍ୟ ନାକରେ ଗୀତ ଗାଆନ୍ତି।
ରିମେଶଙ୍କ ଏହି କଥା ଆଶା ଭୋସଲେଙ୍କୁ ପସନ୍ଦ ଆସି ନଥିଲା। ସେ ବିରକ୍ତ ହୋଇଥିଲେ। ସେ ସ୍ୱାମୀ ଆରଡି ବର୍ମନଙ୍କ ପ୍ରତିଷ୍ଠା ଉପରେ ଗୋଟିଏ ହିଁ ଶବ୍ଦ ଶୁଣି ନଥିଲେ। ଆଶା ଭୋସଲେ ଜବାବରେ କହିଥିଲେ , ଯଦି କେହି ବର୍ମନ ସାହେବଙ୍କ ବିଷୟରେ କହିବ ଯେ, ସେ ନାକରେ ଗାଉଛନ୍ତି ତ ତାଙ୍କୁ ଚାପୁଡ଼ା ମାରିବା ଉଚିତ୍।
ଏହାସହ ମଧ୍ୟ ପଢନ୍ତୁ : ରେକର୍ଡିଷ୍ଟଙ୍କୁ ପସନ୍ଦ ଆସିନଥିଲା ଆଶାଙ୍କ ସ୍ୱର, ରାତି ୨ଟାରେ ଷ୍ଟୁଡିଓରୁ ବାହାର କରାଯାଇଥିଲା
ପରେ ହିମେଶ ନିଜ ଭୁଲ ବୁଝି ପାରି ଥିଲେ। କହିଥିଲେ ନିଜକୁ ସୁରକ୍ଷା ଦେବା ପାଇଁ କୌଣସି ଲିଜେଣ୍ଡରୀ ସିଙ୍ଗରଙ୍କ ଉଦାହରଣ ଦେବା ଉଚିତ ନଥିଲା। ହିମେଶ କ୍ଷମା ମାଗି ଥିଲେ ଏବଂ ଆଶା ଭୋସଲେ ତାଙ୍କୁ ମଧ୍ୟ କ୍ଷମା କରି ଦେଇଥିଲେ। ଏହି ପୂରା ବିବାଦ ପରେ ଆଶା ହିମେଶଙ୍କ ପାଇଁ ଗୀତ ମଧ୍ୟ ଗାଇଥିଲେ।