PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୬୦ ବର୍ଷ ବୟସରେ ବର ହେଲେ ଏହି ଆକ୍ଟର, ଅନେକ ଫିଲ୍ମରେ ହୋଇଛନ୍ତି ଭିଲେନ୍

ନୂଆଦିଲ୍ଲୀ ୨୫/୫: ଅନେକ ଫିଲ୍ମରେ ଭିଲେନ୍ ରୋଲ୍ କରି ଫେମସ ହୋଇଥିବା କଳାକାର ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷ ବୟସରେ ବିବାହ କରିଛନ୍ତି । ଆଶିଷ ଆସାମରେ ରହୁଥିବା ରୂପାଲୀ ବରୁଆଙ୍କୁ କୋର୍ଟ ମ୍ୟାରେଜ୍ କରିଛନ୍ତି । ଏହା ଆଶିଷଙ୍କ ଦ୍ୱିତୀୟ ବିବାହ । ସୂଚନା ଅନୁସାରେ ଏହି ବିବାହରେ ଆଶିଷଙ୍କ ପରିବାରଲୋକେ ଏବଂ କିଛି ଖାସ୍ ବନ୍ଧୁ ସାମିଲ ହୋଇଥିଲେ । ଖୁବ୍ ଶୀଘ୍ର ସେ ରିସେପ୍ସନ ପାର୍ଟି ରଖିବେ ଏବଂ ଅନ୍ୟ ବନ୍ଧୁମାନେ ଏଥିରେ ସାମିଲ ହେବେ ।

ବିବାହ ପରେ ଆଶିଷ ବିଦ୍ୟାର୍ଥୀ ମିଡିଆ ସହିତ ଆଲୋଚନା କରି କହିଛନ୍ତି କି ‘ଜୀବନରେ ଏହି ପର୍ଯ୍ୟାୟରେ ବିବାହ କରିବା ଏକ ଏକ୍ସଟ୍ରା ଅର୍ଡିନାରୀ ଫିଲିଂ ଭଳି ଲାଗିଥାଏ । ସକାଳେ ଆମର କୋର୍ଟ ମ୍ୟାରେଜ୍ ହୋଇଛି ଏବଂ ସନ୍ଧ୍ୟାରେ ଗେଟ୍-ଟୁଗେଦର କରିବୁ । ତେବେ ନିଜ ଲଭ୍ ଷ୍ଟୋରୀରେ ଆଲୋଚନା କରି ଆଶିଷ କହିଛନ୍ତି କି ସେ ଏକ ଲମ୍ବା ଷ୍ଟୋରୀ । ଆଉ କେବେ ଏ ସମ୍ପର୍କରେ ଆଲୋଚନା କରିବା ।’ ତେବେ ବିବାହକୁ ନେଇ ରୂପାଲୀ କହିଛନ୍ତି କି ‘କିଛି ଦିନ ପୂର୍ବରୁ ଆମର ସାକ୍ଷାତ ହୋଇଥିଲା ଏବଂ ଆମେ ସମ୍ପର୍କକୁ ଆଗକୁ ନେଇଯିବାକୁ ନିଷ୍ପତ୍ତି ନେଲୁ ।’ 

ଆଶିଷ ବିଦ୍ୟାର୍ଥୀ ରୂପାଲୀ ବରୁଆଙ୍କ ସହିତ  କୋଲକାତାରେ ବିବାହ କରିଛନ୍ତି । ରୂପାଲୀ ଆସାମରେ ଫ୍ୟାସନ ଇଣ୍ଡଷ୍ଟ୍ରୀ ସହିତ ଜଡିତ । ରୂପାଲୀ ଗୁଆହାଟୀରେ ରୁହନ୍ତି ଏବଂ ତାଙ୍କର ଫ୍ୟାଶନ ଷ୍ଟୋର କୋଲକାତାରେ ଅଛି । ଆଶିଷ ବିଦ୍ୟାର୍ଥୀଙ୍କ କଥା କହିବା ତ ସେ ୨୦୦ରୁ ଅଧିକ ଫିଲ୍ମରେ ୧୧ ଭାଷାରେ କାମ କରିସାରିଛନ୍ତି । ଏହି ଭାଷାଗୁଡିକ ମଧ୍ୟରେ ହିନ୍ଦୀ ବ୍ୟତୀତ ତାମିଲ, କନ୍ନଡ, ମଲୟାଲମ୍ ଏବଂ ଇଂରାଜୀ ସାମିଲ । ସେହିଭଳି ଫିଲ୍ମ କଥା କହିବା ତ ‘ବିଚ୍ଛୁ’, ’ଜିଦ୍ଦୀ’, ’ଅର୍ଜୁନ ପଣ୍ଡିତ’, ’ବାସ୍ତବ’ ‘ବାଦଲ’ ଭଳି ଫିଲ୍ମରେ ସେ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି ।

ସମ୍ବନ୍ଧିତ ଖବର