PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଆଇସିସି ରାଙ୍କିଂ: ଟେଷ୍ଟ ଫର୍ମାଟରେ ଅଶ୍ବିନଙ୍କ ୬ ପଏଣ୍ଟ ହ୍ରାସ, ଆଣ୍ଡରସନଙ୍କ ସହ ହେଲେ ସମକକ୍ଷ

ନୂଆଦିଲ୍ଲୀ ୦୮/ ୦୩: ଟେଷ୍ଟ ଫର୍ମାଟରେ ବିଶ୍ବର ଏକ ନମ୍ବର ବୋଲର ପାଇଁ ଯେମିତି ପ୍ରତିଯୋଗିତା ଚାଲିଛି । ଇଂଲଣ୍ଡର ଜେମସ୍‌ ଆଣ୍ଡରସନ ଟେଷ୍ଟ ଫର୍ମାଟରେ ଶୀର୍ଷ ସ୍ଥାନ ଅକ୍ତିଆର କରିନେଇଥିଲେ । କିନ୍ତୁ ମାତ୍ର ୮ ଦିନ ପରେ ଆଣ୍ଡରସନଙ୍କୁ ପଛରେ ପକାଇ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଏକ ନମ୍ବର ସ୍ଥାନ ଦଖଲ କରିଥିଲେ । କିନ୍ତୁ ବୁଧବାର ଆଇସିସି ପକ୍ଷରୁ ଜାରି ରାଙ୍କିଂରେ ପୁଣି ଅଦଳ ବଦଳ ହୋଇଛି ।

ଇଂଲଣ୍ଡର ଦ୍ରୁତ ବୋଲର ଜେମସ୍‌ ଆଣ୍ଡରସନ ଏବଂ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ଏବେ ସମାନ ପଏଣ୍ଟ ସହ କ୍ରମାନ୍ବୟରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଉଭୟ ଅଶ୍ବିନ ଓ ଆଣ୍ଡରସନ ମୋଟ ୮୫୯ ପଏଣ୍ଟ ପାଇଛନ୍ତି । ଅଶ୍ବିନ ପ୍ରଥମ ସ୍ଥାନରେ ଥିବା ବେଳେ ଆଣ୍ଡରସନ୍‌ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ବିନ ୬ ପଏଣ୍ଟ ହରାଇବା ପରେ ଆଣ୍ଡରସନଙ୍କ ପଏଣ୍ଟ ସହିତ ସମାନ ହୋଇଛନ୍ତି । ସେହିଭଳି ଅଷ୍ଟ୍ରେଲିଆର ଷ୍ଟାର ବୋଲର ପ୍ୟାଟ୍‌ କମିନ୍ସ ୮୪୯ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ ସାଉଥ୍‌ ଆଫ୍ରିକାର କାଗିସୋ ରାବାଡା ୮୦୭ ପଏଣ୍ଟ ସହିତ ୪ର୍ଥ, ପାକିସ୍ତାନର ସାହିନ ଆଫ୍ରିଦି ୫ମ, ଜସପ୍ରୀତ ବୁମରାହ ୭୮୭ ପଏଣ୍ଟ ସହିତ ଷଷ୍ଠ, ଇଂଲଣ୍ଡର ଓଲି ରବିନସନ୍‌ ୭ମ, ରବିନ୍ଦ୍ର ଜାଡେଜା ୮ମ, ନାଥାନ ଲାୟନ ୯ମ ଓ କାଇଲ୍‌ ଜିମିସନ୍‌ ୧୦ମ ସ୍ଥାନରେ ରହିଛନ୍ତି ।

ସେହିଭଳି ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ଏବେ ଟେଷ୍ଟ ବ୍ୟାଟିଂ ରାଙ୍କିଂରେ ପ୍ରଥମ ସ୍ଥାନରେ ରହିଛନ୍ତି । ଲାବୁସେନ ମୋଟ ୯୧୯ ପଏଣ୍ଟ ପାଇଥିବା ବେଳେ ଷ୍ଟିଭ୍‌ ସ୍ମିଥ ୮୭୩ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ, ଇଂଲଣ୍ଡର ଜୋଏ ରୁଟ୍‌ ୮୭୧ ପଏଣ୍ଟ ସହିତ ୩ୟ, ପାକିସ୍ତାନର ବାବର ଆଜମ ୪ର୍ଥ, ଟ୍ରେଭିସ୍‌ ହେଡ୍‌ ୫ମ, କେନ୍‌ ଓ୍ବିଲିୟମସନ ୬ଷ୍ଠ, ଟମ୍‌ ବ୍ଲଣ୍ଡେଲ ୭ମ, ଋଷଭ ପନ୍ତ ୮ମ, ଉସମାନ ଖାଓ୍ବାଜା ୯ମ ଓ ଦିମୁଥ୍‌ କରୁଣାରତ୍ନେ ୧୦ମ ସ୍ଥାନରେ ରହିଛନ୍ତି ।

ଟେଷ୍ଟ ଫର୍ମାଟ୍ ଅଲରାଉଣ୍ଡର ତାଲିକାରେ ରବିନ୍ଦ୍ର ଜାଡେଜା ଶୀର୍ଷରେ ରହିଛନ୍ତି । ଜାଡେଜା ୪୪୫ ପଏଣ୍ଟ ପାଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୩୬୩ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ, ବାଂଲାଦେଶର ସାକିବଲ ଅଲ୍-ହାସନ ୩ୟ ସ୍ଥାନରେ, ଇଂଲଣ୍ଡର ବେନ୍‌ ଷ୍ଟୋକସ ୪ର୍ଥ, ଅକ୍ଷର ପଟେଲ ୫ମ ସ୍ଥାନରେ, ଓ୍ବେଷ୍ଟ ଇଣ୍ଡିଜର ଜାସନ ହୋଲଡର ଷଷ୍ଠ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୭ମ, ଜୋ ରୁଟ୍‌ ୮ମ, ପାଟ୍‌ କମିନ୍ସ ୯ମ ଓ କାଇଲ୍‌ ମେୟାର୍ସ ୧୦ମ ସ୍ଥାନରେ ରହିଛନ୍ତି ।

ସମ୍ବନ୍ଧିତ ଖବର