PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୃଥିବୀ-ଆକାଶ ଏକ କରିଦେବ Aska A5 ! ରାସ୍ତାରେ ଚାଲିବା ସହ ଆକାଶରେ ହେଲିକପ୍ଟର ଭଳି ଉଡିବ ଏହି ଇଲେକ୍ଟ୍ରିକ୍ କାର

ନୂଆଦିଲ୍ଲୀ,୨୯।୧:  କ’ଣ ଆପଣ କେ​‌ବେ ଭାବିଛନ୍ତି, ରାସ୍ତାରେ ଚାଲୁଥିବା କାର ହଠାତ୍ ଆକାଶରେ ଉଡିବ। ଠିକ୍ କୌଣସି ହେଲିକପ୍ଟର ଭଳି ଯଦି କାର ଚାଲେ ତେବେ ତାହା ଖୁବ୍ ଆଶ୍ଚର୍ଯ୍ୟକର ବିଷୟ ହେବେ। ହେଲେ ଆମେରିକୀୟ କମ୍ପାନୀ  Aska ନିଜର ପ୍ରୋଟୋଟାଇମ୍‌  Aska A5 କୁ କଞ୍ଜୁମର ଇଲେକ୍ଟେ୍ରାନିକ୍ସ ଶୋ’ ବେଳେ ଦୁନିଆ ଆଗକୁ ଆସିଛି। ଏହା ନିଜ ଭଳି ଏଭଳି ଏକ ପ୍ରୋଟୋ ଟାଇପ୍‌ ଯାହାକି ପୁରା ପୁରି କାର୍ଯ୍ୟଶୀଳ। ଏହା ସାଧାରଣ କାର ଭଳି ରାସ୍ତାରେ ଚାଲିବ ଏହା ସହିତ ହେଲିକପ୍ଟର ଭଳି ଭର୍ଟିକାଲ ଟେକ୍‌-ଅଫ୍‌ ଓ ଲ୍ୟାଣ୍ଡିଂ (eVTOL)ମଧ୍ୟ କରିବାରେ ସକ୍ଷମ। ASKA A5 ଦୁନିଆର ପ୍ରଥମ ଚାରୋଟି ସିଟ୍‌ ଥିଲା ଉଡକ୍ତା କାର, ଯାହାକି ଥରେ ଚାର୍ଜ କଲେ ସଡକ ମାର୍ଗରୁ ଓ ଆକାଶ ମାର୍ଗରୁ ୨୫୦ ମାଇଲ(୪୦୨ କିଲୋମିଟର) ପର୍ଯ୍ୟନ୍ତ ଯାତ୍ରା କରିପାରିବ।

ବଡ଼ ଏସୟୁଭି ସାଇଜ୍ କାରରେ ଚାରି ଜଣଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି` କମ୍ପାନୀ ଏଥିପାଇଁ ଅନ-ଡିମାଣ୍ଡ ରାଇଡ୍ ସେବା ଆରମ୍ଭ କରିଛି ଏବଂ ଆଶା କରାଯାଉଛି ଯେ ଏହି କାର ଆନୁଷ୍ଠାନିକ ଭାବରେ ୨୦୨୬ ସୁଦ୍ଧା ବିକ୍ରୟ ପାଇଁ ଲଞ୍ଚ ହେବ। କମ୍ପାନୀ ଏହାକୁ ବିଭିନ୍ନ ପର୍ଯ୍ୟାୟରେ ପର୍ଯ୍ୟାୟକ୍ରମେ ଲଞ୍ଚ କରିବ। କମ୍ପାନୀ କହିଛି ଯେ ଏହି କାର ସହିତ ମେଟ୍ରୋରେ ଭାରି ଟ୍ରାଫିକ୍ ଜାମରେ ମଧ୍ୟ ଅଟକି ନ ଯାଇ ଆରାମଦାୟକ ଯାତ୍ରା ଉପଭୋଗ କରିପାରିବେ।  ଆଜ୍ଞା ହଁ, ଟ୍ରାଫିକ ଜାମରେ ଥିବା ସିଗନାଲରେ ଅଟକି ରହିବା ପରିବର୍ତ୍ତେ ଡ୍ରାଇଭର ସିଧାସଳଖ କାରକୁ ଆକାଶରେ ଉଡ଼ାଇ ପାରିବେ।