ନୂଆଦିଲ୍ଲୀ, ୨୮/୦୩ : ଏପ୍ରିଲ ୯ରେ ଆସାମ ବିଧାନସଭା ନିର୍ବାଚନ। ନେତାଙ୍କ ହାଇଭୋଲଟେଜ୍ ବୟାନବାଜିରେ କମ୍ପୁଛି ମଇଦାନ। ଚାଲିଛି ଦଳ ବଦଳ ରାଜନୀତି। ଏହି ମଧ୍ୟରେ ବିରୋଧୀ ଦଳ ଉପରେ ବର୍ଷିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା। ସେ କହିଛନ୍ତି ଯେ, କଂଗ୍ରେସରେ ୯୯% ହିନ୍ଦୁ ସଦସ୍ୟ ପାର୍ଟି ଛାଡ଼ିବାକୁ ଚାହୁଁଛନ୍ତି। ଏକ ସାକ୍ଷାତକାରରେ ହିମନ୍ତ ବିଶ୍ଵ ଶର୍ମା ଏଭଳି କହିଛନ୍ତି। 

କଂଗ୍ରେସ ହୋଇଯିବ 'ଏକ ନିର୍ଦ୍ଧିଷ୍ଟ ସମୁଦାୟର ପାର୍ଟି'
ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସର ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ପ୍ରାୟ ୯୯ ପ୍ରତିଶତ ହିନ୍ଦୁ ସଦସ୍ୟ କଂଗ୍ରେସ ଦଳ ଛାଡ଼ିବାକୁ ଚାହୁଁଛନ୍ତି। ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ କେବଳ ଏକ ସମୁଦାୟର ଦଳ ହୋଇ ରହିଯିବ। ନିଜ ସରକାରର ପ୍ରଶଂସା କରି ସେ କହିଛନ୍ତି ଯେ, ଆସାମରେ ବ୍ୟାପକ ବିକାଶ ହୋଇଛି। ଏଥର ମଧ୍ୟ ଜନତା ବିପୁଳ ସମର୍ଥନ ଦେବେ। ବହୁମତ ପାଇ ଦଳ ପୁଣି ଥରେ ଶାସନକୁ ପ୍ରତ୍ୟାବର୍ତ୍ତନ କରିବ। ଗତ ୫ ବର୍ଷ ଭିତରେ ୧.୬୫ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦିଆଯାଇଛି। ରାଜ୍ୟରେ ଆସନ୍ତା ନିର୍ବାଚନ ଏକ ଉତ୍ସବର ମାହୋଲ ନେଇ ଆସିଛି। 

ଆହୁରି ପଢନ୍ତୁ- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ନେପାଳ ପିଏମ୍, କହିଲେ ଆପଣଙ୍କ ସହ ମିଶି କାମ କରିବାକୁ ଉତ୍ସୁକ

ହାତ ଛାଡ଼ୁଛନ୍ତି ବରିଷ୍ଠ
ଆସାମ ଏବେ ଦଳ ବଦଳ ରାଜନୀତି ଜୋର୍ ଧରିଛି। ରାଜ୍ୟ କଂଗ୍ରେସକୁ ଝଟ୍‌କା ପରେ ଝଟ୍‌କା ଲାଗୁଛି। କଂଗ୍ରେସର ବହୁ ଦିଗଜ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ପ୍ରଦ୍ୟୁତ୍ ବୋରଦୋଲୋଈ ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଭୂପେନ କୁମାର ବୋରାଙ୍କ ଭଳି ବହୁ ବଡ଼ ବଡ଼ ନେତା ସାମିଲ ଅଛନ୍ତି। ଏତଦ୍ ବ୍ୟତୀତ କଂଗ୍ରେସ ଟିକଟରେ ଗତ ନିର୍ବାଚନ ଜିତିଥିବା ବିଧାୟକ-କମଲାଖ୍ୟା ଡେ ପୁରକାୟସ୍ଥ, ଶଶିକାନ୍ତ ଦାସ, ବସନ୍ତ ଦାସ, ସୁଶାନ୍ତ ବୋରଗୋହେବ ଏବଂ ରୁପଜ୍ୟୁତ କୁର୍ମି ମଧ୍ୟ ଦଳ ଛାଡ଼ିଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ଚେକ୍‌ ଇନ୍‌ରେ ଲାଗିବନି ଲାଇନ୍, ଆପ୍‌ରେ ଟ୍ରାକ୍‌ ହେବ ଲଗେଜ...ନୋଏଡା ଏୟାରପୋର୍ଟରେ ମିଳିବ ବଡ଼ ସୁବିଧା