ନୂଆଦିଲ୍ଲୀ, ୨୮/୦୩ : ନେପାଳ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ଦମଦାର ବିଜୟ ପରେ ବାଲେନ୍ ଶାହ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବାଲେନ୍ ଶାହଙ୍କ ଶପଥ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ-ନେପାଳର ସମ୍ବନ୍ଧକୁ ନୂଆ ଶିଖରକୁ ନେଇ ଯିବା ଲାଗି ତାଙ୍କ ସହ ମିଶି କାମ କରିବାକୁ ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି। ମୋଦିଙ୍କ ଶୁଭେଚ୍ଛା ପରେ ନେପାଳ ପିଏମଓ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।
ଆପଣଙ୍କ ସହ ମିଶି କାମ କରିବାକୁ ଉତ୍ସୁକ
ନେପାଳ ପିଏମଓ ପକ୍ଷରୁ କୁହାଯାଇଛି ଯେ, "ପିଏମ୍ ନରେନ୍ଦ୍ର ମୋଦିଙ୍କ ଶୁଭକାମନା ପାଇଁ ଧନ୍ୟବାଦ। ଦୁଇ ଦେଶର ସାଧାରଣ ଜନତାଙ୍କ ହିତ ଏବଂ ସମ୍ପର୍କ ସୁଦୃଢ କରିବା ପାଇଁ ଆପଣଙ୍କ ସହ ମିଶି କାମ କରିବାକୁ ଉତ୍ସୁକ।"
Thank you, PM @narendramodi for your kind words and warm wishes. I am eager to work closely with you to advance the multifaceted relations between our two countries for the common prosperity of our people. https://t.co/0YWdh8Jj36
— PMO (@PM_nepal_) March 28, 2026
ସୂଚନା ଥାଉକି, ଶୁକ୍ରବାର ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ବାଲେନ୍ ଶାହଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ପୁରା ହିନ୍ଦୁ ରୀତିନୀତି ଅନୁସାରେ ଶପଥଗ୍ରହଣ ସମାରୋହର ଆୟୋଜନ କରାଯାଇଥିଲା। ବୈଦିକ ସନାତନ ପରମ୍ପରାରେ ଶପଥ ବାଲେନ୍ ଶାହ ଶପଥ ନେଇଥିଲେ। ଏହି ସମୟରେ ୭ଟି ଶଙ୍ଖ ବଜାଯାଇଥିଲା। ୩୫ ବର୍ଷୀୟ ଶାହ ନେପାଳର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାରେ ସବୁଠୁ ଯୁବ ନେତା । ମାର୍ଚ୍ଚ ୫ ତାରିଖରେ ନେପାଳରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି(ଆରଏସ୍ପି) ମୋଟ ୨୭୫ଟି ଆସନରୁ ୧୮୨ ଆସନ ପାଇ ବିଜୟୀ ହୋଇଥିଲା । ବାଲେନ୍ ଶାହ ଝାପା-୫ ନିର୍ବାଚନମଣ୍ଡଳୀରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇଥିଲେ । ଏହାପରେ ଗୁରୁବାର ଅନୁଷ୍ଠିତ ଆରଏସ୍ପିର ବୈଠକରେ ତାଙ୍କୁ ସର୍ବସହମତିରେ ସଂସଦୀୟ ଦଳ ନେତା ଭାବେ ବଛାଯାଇଥିଲା । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭାରତ-ନେପାଳର ସମ୍ବନ୍ଧକୁ ନୂଆ ଶିଖରକୁ ନେଇ ଯିବା ଲାଗି ତାଙ୍କ ସହ ମିଶି କାମ କରିବାକୁ ଇଚ୍ଛୁକ ଥିବା ପ୍ରକାଶ କରିଥଲେ।
ଏହି ଖବରଟିକୁ ପଢନ୍ତୁ- ନେପାଳରେ ରାଜନୈତିକ ଭୂମିକମ୍ପ ! ବାଲେନ ଶାହ ଶପଥ ନେଉ ନେଉ ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ, ଜେନ୍-ଜି ପ୍ରତିବାଦର ନେଲେ ହିସାବ ?