PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ନାଗାଲାଣ୍ଡର ଜଙ୍ଗଲ ଭିତରେ ଆସାମ ରାଇଫଲ୍ସ ଓ ନାଗା ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ,୨୮।୧: ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି  ଓ ରାଜ୍ୟରେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ଏହି ସମୟରେ, ନାଗାଲାଣ୍ଡର ଜଙ୍ଗଲରେ ଆସାମ ରାଇଫଲ୍ସ ଏବଂ ନାଗା ବିଦ୍ରୋହୀଙ୍କ ମଧ୍ୟରେ ସାମାନ୍ୟ ସଂଘର୍ଷ ଘଟିଥିବାର ସୂଚନା ମିଳିଛି। ସେନା ସୁତ୍ରରୁ ଏହି ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ ଆସାମ ରାଇଫଲ୍ସର ପାଟ୍ରୋଲିଂ ଟିମ୍‌ ଏବଂ ନାଗାଲାଣ୍ଡର ଇଣ୍ଟାଙ୍କି ଜାତୀୟ ଉଦ୍ୟାନରେ ନାଗା ବିଦ୍ରୋହୀ ସଂଗଠନ ଏନଏସସିଏନ୍ (ଇସାକ୍ ମୁଇଭା) ଙ୍କ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସବୁଠାରୁ ବଡ କଥା ହେଉଛି ଏହି ସଂଘର୍ଷ ଆଗକୁ ଅଧିକ ବଢିନଥିଲା।

ଉଲ୍ଲେଖନୀୟ ଯେ, ଆସାମ ରାଇଫଲ୍ସର ଅନେକ ଟିମ୍‌ ପାଟ୍ରୋଲିଂ ପାଇଁ ବାହାରିଛନ୍ତି। ତାଙ୍କ ଭିତରୁ ଗୋଟିଏ ଟିମ୍ ଯେତେବେଳେ କ୍ୟାମ୍ପ ଫେରୁଥିଲା, ରାତି ପ୍ରାୟ ୪ ଟା ବେଳେ ଯବାନମାନେ ଇଣ୍ଟାଙ୍କି ଜାତୀୟ ଉଦ୍ୟାନରେ ବିଶ୍ରାମ ନେବାକୁ ଅଟକି ଯାଇଥିଲେ। ଆସାମ ରାଇଫଲ୍ସ ଯବାନମାନେ ବିଶ୍ରାମ ନେଉଥିବାବେଳେ ସେହି ବାଟ ଦେଇ NSCN (IM) ର ସଦସ୍ୟମାନେ ଯାଉଥିଲେ। ଯେଉଁଥିପାଇଁ ଦୁହେଁ ମୁହାଁମୁହିଁ ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଯେହେତୁ ସରକାର ଏବଂ NSCN ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି ତେଣୁ ଆସାମ ରାଇଫଲ୍ସର ଟିମ୍‌ ନେତା ସୈନିକଙ୍କୁ  ଶାନ୍ତ କରି କ୍ୟାମ୍ପକୁ ଫେରିଥିଲେ। ଏହି କାରଣରୁ ଉଭୟ ପକ୍ଷର ଏହି ବିବାଦ ଆଗକୁ ବଢିନଥିଲା।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସାମ ରାଇଫଲସ୍‌ର ଯବାନ ରାସ୍ତା ଭୁଲି ଯାଇଥିଲେ, ଯେଉଁ କାରଣରୁ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାର ଓ ନ୍ୟାସନାଲିଷ୍ଟ ସୋସାଲଷ୍ଟ କାଉନସିଲ୍ ଅଫ୍‌ ନାଗାଲିମ୍‌(ଇସାକ୍-ମୁଇଭା)ଙ୍କ ଭିତରେ ୨୦୧୫ ରେ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ଧାର୍ଯ୍ୟ କରାଯାଇଥିଲା ଦୁଇ ପକ୍ଷ ଭିତରେ ଆପୋଷ ବୁଝାମଣା କରି ସମସ୍ୟାର ସମାଧାନ କରାଯିବ।

ସମ୍ବନ୍ଧିତ ଖବର