PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବେଡ୍‌ ଉପରେ ବାଘ

ଗୁଆହାଟୀ,୧୯ ।୭(ଏଜେନ୍ସି): ମଣିଷ ଜୀବନ ଭଳି ବାଘଙ୍କ ଜୀବନ ମଧ୍ୟ ବେଶ୍‌ ମୂଲ୍ୟବାନ । ଏକଥା କହିଛନ୍ତି ଆସାମର ସ୍କ୍ରାପ ଡିଲର ମୋତିଲାଲ ଓରଫ ରଫିକୁଲ ଇସ୍‌ଲାମ । ଗୁରୁବାର ସକାଳେ ନଗାଓଁ ଜିଲ୍ଲାର କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟ ହାରମୋତି ଠାରେ ଥିବା ତାଙ୍କ ଦୋକାନରେ ସେ ବସିଥିଲେ । ଏହି ସମୟରେ ହଠାତ ବାହାରୁ ବାଘ…ବାଘ… ବୋଲି ପାଟି ଶୁଣାଗଲା । ଦୋକାନ ଭିତରୁ ବାହାରକୁ ସେ ବାହାରି ଆସି ଯାହା ଦେଖିଲେ ତାଙ୍କ ଦେହ ଥରିବାକୁ ଲାଗିଲା । ଏକ ବିରାଟ ମହାବଳ ବାଘ ତାଙ୍କ ଦୋକାନ ଆଡକୁ ଆସୁଥିବାର ସେ ଦେଖିବାକୁ ପାଇଲେ । ଭୟରେ ଥରୁଥିବା ମୋତିଲାଲ ଦୋକାନ ଘର ଭିତରେ ପଶିଗଲେ । ବାଘଟି ଦୋକାନ ଘର ନିକଟରେ ଥିବା ମୋତିଲାଲଙ୍କ ଶୋଇବା ଘର ଭିତରକୁ ଗଲା । ଖଟ ଉପରେ ବସିଲା ।ସ୍ଥାନୀୟ ଲୋକେ ମଧ୍ୟ ସେଠାରେ ଜମା ହେବାକୁ ଲାଗିଲେ । ଖବର ପାଇଁ ଜଙ୍ଗଲ ବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚିଲେ । ସେଠାରୁ ସେମାନେ ହୋ-ହଲ୍ଲା କରୁଥିବା ଲୋକଙ୍କୁ ଘଉଡାଇ ଦେଲେ ଯାହାଫଳରେ ବାଘଟି ନିରାପଦରେ ସେଠାରୁ ଚାଲିଯିବ ବୋଲି ସେମାନେ କହିଲେ ।

ସେହି ସମୟରେ ବନ ଅଧିକାରୀଙ୍କ ପାଖରେ ଦୁଇଟି ବିକଳ୍ପ ରହିଥିଲା । ଗୋଟିଏ ହେଲା ବାଘକୁ କାଜିରଙ୍ଗା ଜାତୀୟ ଉଦ୍ୟାନ କିମ୍ବା ନିକଟସ୍ଥ କୌଣସି ଉଚ୍ଚସ୍ଥାନକୁ ନିରାପଦରେ ଚାଲିଯିବାକୁ ସୁଯୋଗ ଦେବା ନଚେତ ଦ୍ୱିତୀୟ ବିକଳ୍ପ ଭାବେ ତାକୁ ଟ୍ରାଙ୍କୁଲାଇଜ କରିବା ।କିନ୍ତୁ ବାଘକୁ ନିରାପଦରେ ସେଠାରୁ ଚାଲିଯିବାକୁ ବନ ଅଧିକାରୀମାନେ ଉଚିତ ମଣିଲେ । ତେଣୁ ସେମାନେ ସେଠାରେ ଜଗି ରହିଲେ । ବାଘ ମଧ୍ୟ ଖଟ ଉପରେ ବେଶ୍‌ ଆରମରେ ବସି ରହିଥାଏ । ସେ ଖୁବ ହାଲିଆ ହୋଇପଡିଥିବାର ଜଣାପଡୁଥିଲା । ପ୍ରାୟ ୧୦ ଘଣ୍ଟା ଧରି ବାଘ ସେଭଳି ଖଟ ଉପରେ ବସି ରହିଲା ଓ ତାକୁ ବନ ଅଧିକାରୀମାନେ କିଛି ଦୂରରେ ଜଗି ରହିଲେ । ଶେଷରେ ବାଘଟି ନିକଟସ୍ଥ ପାହାଡ ଆଡକୁ ଚାଲିଯାଇଥିଲା । କାଜିରଙ୍ଗା ଜାତୀୟ ଉଦ୍ୟାନ ବନ୍ୟାଜଳରେ ବୁଡି ରହିଥିବାରୁ ବାଘଟି ସେଠାରୁ ବାହାରି ଜାତୀୟ ରାଜପଥ ଅତିକ୍ରମ କରିବା ପରେ ରାସ୍ତାକଡ ସେହି ସ୍କ୍ରାପ ଦୋକନ ଭିତରକୁ ପଶି ଆସିଥିଲା ବୋଲି ଉପଖଣ୍ଡ ବନ ଅଧିକାରୀ ରୋହିଣୀ ବଲ୍ଲଭ ହଜାରିକା ପ୍ରକାଶ କରିଛନ୍ତି ।