ଭୁବନେଶ୍ଵର, ୨୯/୧୧ : ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ। ସରଗରମ ରହିବ ଗୃହ। ସରକାରଙ୍କୁ ଘେରିବେ ବିରୋଧି। ଆଜି ମହିଳା ଓ ଶିଶୁ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି ବିଭାଗର ପ୍ରଶ୍ନକାଳ ରହିଛି। ବିରୋଧୀମାନେ ଧାନ ମଣ୍ଡି ପ୍ରସଙ୍ଗ ଉଠାଇପାରନ୍ତି। କାରଣ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିଛି ହେଲେ ଚାଷୀଙ୍କୁ ଏଯାଏଁ ଟୋକନ୍ ମିଳିନି।