ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଯନ୍ତ୍ରୀ

Published By : Suraj Kumar | April 2, 2025 11:10 PM

ଭୁବନେଶ୍ବର,୨।୪:  ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ  ଯନ୍ତ୍ରୀ। ଜଣେ ଠିକାଦାରଙ୍କ  ଠାରୁ ଲାଞ୍ଚ ନେଉଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯନ୍ତ୍ରୀ ଜଣକ ହେଲେ ନରେଶ କୁମାର ଦାସ ।

ଜନସ୍ବାସ୍ଥ୍ୟ ବିଭାଗର ଏକ କାମ ଠିକାଦାର ଜଣକ କରିଥିଲେ। ଉକ୍ତ କାମ ପାଇଁ ଠିକାଦାର ୭ ଲକ୍ଷ ଟଙ୍କାର ବିଲ୍ ବାକି ରହିଥିଲା। ଉକ୍ତ କାମର ବିଲ୍  ସହକାରୀ  ଯନ୍ତ୍ରୀ ନରେଶ କୁମାର ମଞ୍ଜୁର  କରି ନ ଥିଲେ। ବିଲ୍ ମଞ୍ଜୁର କରିବା ପାଇଁ ଲକ୍ଷେ ଟଙ୍କା ଦାବି କରିଥିଲେ। ଏ ନେଇ ଠିକାଦାର ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ବୁଧବାର ଠିକାଦାର ଜଣକ ଯନ୍ତ୍ରୀ ନରେଶକୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ନରେଶଙ୍କ ଠାରୁ ଲକ୍ଷେ ଟଙ୍କା ଜବତ କରିଥିଲେ। ଏଥିସହ ଯାଞ୍ଚ ବେଳେ ଆଉ ୧ ଲକ୍ଷ ୨୬ ହଜାର ଟଙ୍କା ତାଙ୍କ ନିକଟରୁ  ମିଳିଥିଲା। ଉକ୍ତ ଟଙ୍କା ସମ୍ପର୍କରେ ସେ  କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ।   ଭିଜିଲାନ୍ସ ଟିମ ଉକ୍ତ ଟଙ୍କା ମଧ୍ୟ ଜବତ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.