ଭୁବନେଶ୍ୱର ୨୭/୦୭: ଭିଜିଲାନ୍ସ ଜାଲରେ ଆଉ ଜଣେ ପ୍ଲଟ୍ ପ୍ରେମୀ ବାବୁ। R&B ଡିଭିଜନ୍- ୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଠିକଣାରେ ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ଵର, ନୟାଗଡ଼ ଓ ଖୋର୍ଦ୍ଧାରେ ୧୦ଟି ସ୍ଥାନରେ ରେଡ଼। ଚଢ଼ାଉ ବେଳେ ୧୩ଟି ମୂଲ୍ୟାବନ ପ୍ଲଟ, ଭୁବନେଶ୍ବରରେ ୯ଟି ପ୍ଲଟ, ନୟାଗଡରେ ୩ଟି ପ୍ଲଟ,ଖୋର୍ଦ୍ଧାରେ ଗୋଟିଏ ପ୍ଲଟ ଠାବ ହୋଇଛି। ସେହିଭଳି ରୂପା ଶଙ୍ଖ,ସୁନା ଅଳଙ୍କାର ଏବଂ ବହୁଦାମୀ ଆସବାବପତ୍ର ଜତବ କରିଛି ଦୁର୍ନୀତି ନିବାରଣ ଟିମ୍।
ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ R&B ଡିଭିଜନ୍-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢ଼ାଉ କରିଥିଲେ ଭିଜିଲାନ୍ସ। ରେଡ୍ ବେଳେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର ନୀଳାଦ୍ରୀ ବିହାର ଅଞ୍ଚଳରେ ଥିବା ତିନି ମହଲା କୋଠା, କସମୋପୋଲିସ୍ରେ ଦୁଇଟି ଫ୍ଲାଟ୍,ଉତ୍କଳ ଗ୍ୟାଲେରିଆ ମଲରେ ଗୋଟିଏ ସୋରୁମ୍, ପାହଳ ସିମ୍ପୋନି ମଲରେ ଏକ ଦୋକାନ, ଡୁମୁଡୁମା ଦାମୀ ପ୍ଲଟ୍,ଜାଗମରା ବରବାରରେ ASN ଇନ୍ଫ୍ରାଷ୍ଟ୍ରକ୍ଟର କମ୍ପାନୀ ନୟାଗଡ଼ରେ ଘର, ସମ୍ପର୍କୀୟଙ୍କ ଘର ସହ ପଟିଆରେ ଥିବା ସମ୍ପର୍କୀୟ ଚଢ଼ାଉ ବେଳେ ବହୁମୂଲ୍ୟବାନ୍ ସାମଗ୍ରୀ ଜବତ ହୋଇଛି। ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ବର୍ତ୍ତମାନ ଚିହ୍ନଟ ହୋଇଥିବା ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟାଙ୍କନ କରୁଛି। ଏହି ଚଢାଉରେ ୭ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର,ଜଣେ ଏସ୍ଆଇ,୧୧ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି ।