PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଆର୍ଥିକ ସମସ୍ୟା ଦୂର କରିଥାଏ ଏହି ଚମତ୍କାରୀ ଶଙ୍ଖ, ଘରେ ଏପରି କରନ୍ତୁ ପୂଜା

ନୂଆଦିଲ୍ଲୀ ୧୯/୧୧: ସନାତନ ଧର୍ମରେ ଶଙ୍ଖକୁ ବହୁତ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଧାର୍ମିକ କାର୍ଯ୍ୟରେ ଶଙ୍ଖ ବ୍ୟବହାର କରାଯାଏ। ବିଶ୍ୱାସ କରାଯାଏ ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଶଙ୍ଖ ଶବ୍ଦ ଶୁଣାଯାଏ, ସେଠାରୁ ନକାରାତ୍ମକ ଶକ୍ତି ବାହାରି ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ପୂଜାପାଠରେ ଯେକୌଣସି ଶଙ୍ଖ ବ୍ୟବହାର କରାଯାଇପାରେ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହିପରି କେତେକ ଶଙ୍ଖ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଅତ୍ୟନ୍ତ ଚମତ୍କାର।

ପୂଜା ସମୟରେ ଯେଉଁ ବ୍ୟକ୍ତି ଶଙ୍ଖ ବଜାନ୍ତି, ତାଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ। ଶାସ୍ତ୍ରରେ, ଶଙ୍ଖକୁ ଦାରିଦ୍ର୍ୟ ନାଶକ, ବୟସ ବୃଦ୍ଧି ଏବଂ ସମୃଦ୍ଧଦାୟକ ବୋଲି କୁହାଯାଏ। ଅନେକ ପ୍ରକାରର ଶଙ୍ଖ ରହିଛି ଏବଂ ପ୍ରତ୍ୟେକ ଶଙ୍ଖର ମହତ୍ୱ ମଧ୍ୟ ଭିନ୍ନ ଭିନ୍ନ। ଆସନ୍ତୁ ଜାଣିବା ସେହି ଶଙ୍ଖଗୁଡିର ବିଷୟରେ…

ବିଷ୍ଣୁ ଶଙ୍ଖ :

ଏହି ଶଙ୍ଖର ଆକୃତି ଭଗବାନ ବିଷ୍ଣୁଙ୍କ ବାହାନ ଗରୁଡର ଉଡ଼ନ୍ତା ରୂପ ପରି ଦେଖାଯାଏ। ଏହି ଶଙ୍ଖକୁ ଚନ୍ଦ୍ର ଶଙ୍ଖର ନାମ ମଧ୍ୟ ଦିଆଯାଇଛି। ଏହି ପବିତ୍ର, ବିରଳ, ଚମତ୍କାର ଶଙ୍ଖ ବ୍ୟବହାର କରିବା ଦ୍ୱାରା ବ୍ୟକ୍ତିର ଉନ୍ନତି ହେବା ସହ ଦାରିଦ୍ରତାରୁ ମୁକ୍ତି ମିଳିଥାଏ।

ଗଣେଶ ଶଙ୍ଖ :

ଏହା ଏକ ଅଦ୍ଭୁତ ଏବଂ ଚମତ୍କାର ଶଙ୍ଖ। ଏହି ଶଙ୍ଖର ଆକୃତି ଭଗବାନ ଗଣେଶଙ୍କ ପରି, ତେଣୁ ଏହି ଶଙ୍ଖକୁ ଗଣେଶ ଶଙ୍ଖ କୁହାଯାଏ । ବିରଳ ହେତୁ ଏହାର ମୂଲ୍ୟ ବଜାରରେ ମଧ୍ୟ ଟିକେ ଅଧିକ। ଏହି ଶଙ୍ଖକୁ ଘର ବ୍ୟତୀତ ବ୍ୟବସାୟ ସ୍ଥାନରେ ମଧ୍ୟ ରଖାଯାଇପାରିବ। ଯେଉଁଠାରେ ଏହି ଶଙ୍ଖ ସ୍ଥାପିତ କରାଯାଏ, ସେଠାରେ ଆର୍ଥିକ ସମସ୍ୟା ରହିନଥାଏ।