ରଙ୍ଗର ପର୍ବ ହୋଲି । ଏହି ପର୍ବରେ ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାନ୍ତି । ଏହି ଦିନଟିକୁ ଜୀବନରୁ ନକାରାତ୍ମକ ଶକ୍ତିର ବିନାଶର ପ୍ରତୀକ ଭାବେ ବିବେଚନା କରାଯାଏ । ଏହି ଅବସରରେ ପୂଜା, ଦାନ ଏବଂ ଧାର୍ମିକ କାର୍ଯ୍ୟକଳାପ କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଏ । ଚଳିତ ବର୍ଷ ମାର୍ଚ୍ଚ ୩ରେ ହୋଲି ପର୍ବ ଅନୁଷ୍ଠିତ ହେବ । କିନ୍ତୁ ଚଳିତ ବର୍ଷ ଏହି ଦିନରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ, ଯାହା ଭାରତରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ । ଏହି ଗ୍ରହଣ ସନ୍ଧ୍ୟା ୬ଟା ୨୬ ମିନିଟ୍‌ରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୬ ମିନିଟ୍ ରେ ଶେଷ ହେବ । ଚନ୍ଦ୍ରଗ୍ରହଣର ମୋଟ୍ ଅବଧି ପ୍ରାୟ ୨୦ ମିନିଟ୍ ହେବ । ଯେହେତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ତେଣୁ ଧାର୍ମିକ ବିଶ୍ୱାସ ଅନୁସାରେ ସୂତକ ସମୟକୁ ମାନିବାକୁ ପଡ଼ିବ । 

​​​​​​​

ସୂତକ ସମୟ:

ଚନ୍ଦ୍ରଗ୍ରହଣ ସୂତକ ସମୟ ମାର୍ଚ୍ଚ ୩ ସକାଳ ୯ ଟା ୩୯ ମିନିଟ୍‌ରେ ଆରମ୍ଭ ହେବ । ଧାର୍ମିକ ବିଶ୍ୱାସ ଅନୁସାରେ, ସୂତକ ସମୟ ଆରମ୍ଭରୁ ଚନ୍ଦ୍ରଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ସୂତକ ସମୟ ମଧ୍ୟରେ କୌଣସି ଶୁଭ କାର୍ଯ୍ୟ କରିବା, ପୂଜା, ଯଜ୍ଞ କରିବା କିମ୍ବା କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ନିଷେଧ । ଯାତ୍ରା ମଧ୍ୟ ଏଡ଼ାଇବା ଉଚିତ୍ । ଗର୍ଭବତୀ ମହିଳାମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ୍ ନୁହେଁ । ଏହି ସମୟରେ ମନ୍ତ୍ର ଜପ, ଧ୍ୟାନ ଏବଂ ଈଶ୍ୱରଙ୍କୁ ସ୍ମରଣ କରିବା ଶୁଭ ବୋଲି ବିବେଚନା କରାଯାଏ । ଏହି ସମୟ ମଧ୍ୟରେ ଧାର୍ମିକ ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ... ବିରାଡ଼ିର ରହିଛି ଅଦ୍ଭୁତ ଶକ୍ତି, କିଛି ଘଟିବା ପୂର୍ବ ଦେଇଥାଏ ଆଗୁଆ ସଂଙ୍କେତ; ଜାଣନ୍ତୁ ଜ୍ୟୋତିଷୀରେ କଣ ରହିଛି...

ଆଂଶିକ ଚନ୍ଦ୍ରଗ୍ରହଣ:

ହୋଲିରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ । ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବା ସହ ୟୁରୋପ, ଏସିଆ, ଉତ୍ତର ଏବଂ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାର ଅନେକ ସ୍ଥାନରେ ମଧ୍ୟ ଦୃଶ୍ୟମାନ ହେବ । ଏହି କାରଣରୁ ଏହି ଗ୍ରହଣକୁ ବିଶ୍ୱ ସ୍ତରରେ ବିଶେଷ ଭାବରେ ବିବେଚନା କରାଯାଏ । ଫାଲଗୁନ ପୂର୍ଣ୍ଣିମା ତିଥି ୨୦୨୬ ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୫ଟା ୫୫ ମିନିଟ୍‌ରେ ଆରମ୍ଭ ହେବ । ଏହା ପରଦିନ ୩ ମାର୍ଚ୍ଚ, ସନ୍ଧ୍ୟା ୫ଟା ୦୭ ମିନିଟ୍‌ରେ ଶେଷ ହେବ । ତେଣୁ ଦୋଳ ପୂର୍ଣ୍ଣିମା ମାର୍ଚ୍ଚ ୩ରେ ଅନୁଷ୍ଠିତ ହେବ ଓ ହୋଲି ପର୍ବ ମାର୍ଚ୍ଚ ୪ରେ ପାଳନ କରାଯିବ ।