ବ୍ରହ୍ମପୁର, ୧୮।୫ : ଅପରାଧୀମାନେ ପୁଣି ପୁଲିସ ଦେଲେ ଖୋଲା ଚ୍ୟାଲେଞ୍ଜ। ବ୍ରହ୍ମପୁର ଗିରି ରୋଡ଼ରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ। ବିଚ ରାସ୍ତାରେ ଜନ ଗହଳି ପୂର୍ଣ୍ଣ ରାସ୍ତାରେ ତଳେ ପକାଇ ଯୁବକଙ୍କୁ ନିର୍ଧୁମ ପିଟିଲେ ଦୁର୍ବୃତ୍ତ। ଠେଙ୍ଗାରେ ନିର୍ଧୂମ ପିଟିଲେ। ଯୁବକଙ୍କ ସହ ଥିବା ଯୁବତୀ ଜଣକ  ମାଡ଼ରୁ ରକ୍ଷା ପାଇଁ ପ୍ରୟାସ କରୁଥିବା ବେଳେ ଦୁର୍ବୃତ୍ତମାନେ କିନ୍ତୁ  ମାଡ଼ ମାରି ଚାଲିଥିଲେ । ଯୁବକଙ୍କୁ ମାଡ ମାରିବା ଭିଜୁଆଲ ଭାଇରାଲ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢନ୍ତୁ : BMC Kiosk : ଅଳିଆରୁ ହେବ ଘରସଜ୍ଜା ସାମଗ୍ରୀ, ବିଏମସି ଖୋଲିଲା ଥ୍ରୀ ଆର କିଓସ୍କ