ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସପା ସାଂସଦ ରାମଜୀ ଲାଲ ସୁମନଙ୍କ ଏସକର୍ଟ ଉପରେ କରଣୀ ସେନାର ହମଲା : ଟାୟାର-ପଥର ଫିଙ୍ଗିଲେ, ଅନେକ ଗାଡ଼ି କ୍ଷତିଗ୍ରସ୍ତ

Published By : Prameya | April 27, 2025 5:16 PM

ନୂଆଦିଲ୍ଲୀ : ରାଣା ସାଙ୍ଗାଙ୍କୁ ନେଇ ବୟାନ ଦେବା ପର ଠାରୁ କରଣୀ ସେନାର ଟାର୍ଗେଟ୍‌ରେ ଆସିଥିବା ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ , ରାମଜୀ ଲାଲ୍‌ ସୁମନଙ୍କ ଉପରେ ଆଲିଗଡ଼ରେ ରବିବାର ଆକ୍ରମଣ ହୋଇଛି। କରଣୀ ସେନା ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ରାମଜୀ ଲାଲ୍‌ ସୁମନଙ୍କ ଏସକର୍ଟରେ ଗୋଭାନା ଟୋଲ ପ୍ଲାଜା ନିକଟରେ ହମଲା କରିଛି। ତାଙ୍କର ଏସକର୍ଟରେ ସାମିଲ ଥିବା ଗାଡ଼ି ଗୁଡ଼ିକ ଉପରେ ଟାୟାର ଓ ପଥର ଫିଙ୍ଗା ଯାଇଛି। ଏଥିରେ ଅନେକ ଗାଡ଼ିର କାର କ୍ଷତିଗ୍ରସ୍ତ ହୋଇଛି। କରଣୀ ସେନା ପ୍ରଥମେ ରାମଜୀ ଲାଲ ସୁମନଙ୍କ ଏସକର୍ଟ ଉପରେ ହମଲାର ଧମକ ଦେଇଥିଲା। ଏହାପରେ ମଧ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ହୋଇ ନଥିବାରୁ ପୁଲିସ ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି। କରଣୀ ସେନାର ପ୍ରଦେଶ ଅଧ୍ୟକ୍ଷ ଦୁର୍ଗେଶ ସିଂହ ହମଲାର ଦାୟିତ୍ୱ ନେଇ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ରାଣା ସାଙ୍ଗାଙ୍କୁ ନେଇ ଦିଆଯାଇ ଥିବା ବୟାନ ଉପରେ ରାମ ଜୀ ଲାଲ୍‌ ସୁମନ କ୍ଷମା ମାଗିବେ ନାହିଁ , ଏହିପରି ହମଲା ଜାରି ରହିବ।

ସପା ସାଂସଦ ରାମଜୀ ଲାଲ ସୁମନ ରବିବାର ଆଗ୍ରାରୁ ବୁଲନ୍ଦସହର ଯାଉଥିଲେ। ତାଙ୍କୁ ଆଲିଗଡ଼ ଦେଇ ବୁଲନ୍ଦସହର ଯିବାର ଥିଲା। ତାଙ୍କର ଏସକର୍ଟରେ ପାଖାପାଖି ୨୫ଟି ଗାଡ଼ି ସାମିଲ ଥିଲା। ଦ୍ୱିପ୍ରହର ସମୟ ପାଖାପାଖି ୨ଟାରେ ଗୋଭାନା ଟୋଲ୍‌ ପ୍ଲାଜାରୁ ଏସକର୍ଟ ବାହାରିବା କ୍ଷଣି କରଣୀ ସେନା ସହ ଜଡ଼ିତ କ୍ଷତ୍ରୀୟ ସମାଜର ଯୁବକମାନେ ତାଙ୍କର ଏସକର୍ଟରେ ଟାୟାର ଓ ପଥର ଫିଙ୍ଗିବା ଆରମ୍ଭ କରି ଦେଇ ଥିଲେ। ପଥର ବାଜିବା ଯୋଗୁଁ ଅନେକ ଗାଡିର କାଚ ଫାଟି ଯାଇଥିଲା। ଗାଡ଼ି ଗୁଡ଼ିକ ଦ୍ରୁତ ଗତିରେ ବାହାରିବା କ୍ଷଣି ଆଗକୁ ଯାଇ ପରସ୍ପର ମଧ୍ୟରେ ଧକ୍କା ହୋଇ ଥିଲେ। 

କରଣୀ ସେନା ପୂର୍ବରୁ ହିଁ ସୁମନଙ୍କ ଉପରେ ଆଲିଗଡ ଦେଇ ଯିବା ସମୟରେ ହମଲାର ଧମକ ଦେଇଥିଲା। ହମଲା ପରେ କରଣୀ ସେନାର ପ୍ରଦେଶ ଅଧ୍ୟକ୍ଷ ଦୁର୍ଗେଶ ସିଂହ କହିଛନ୍ତି ଯେ ରାମଜୀ ଲାଲ୍ ସୁମନ ଆମର ମହାପୁରୁଷଙ୍କ ବିରୋଧରେ ଭୁଲ ବୟାନ ଦେଇଛନ୍ତି। ସେ ଯେଉଁ ପରି ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି , ଏଥିରେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହୋଇଛି। ଯଦି ଏହି ହମଲା ଭୁଲ୍‌ ତ ସେ ଯେଉଁ ଭଳି କହୁଛନ୍ତି , ତାହା କଣ ଠିକ୍‌ ? ଦୁର୍ଗେଶ କହିଛନ୍ତି ଯେ, ସେ ଯେଉଁ ଭଳି ଆମର ମହାପୁରୁଷଙ୍କ ପାଇଁ ଭାଷାର ବ୍ୟବହାର କରିଛନ୍ତି , ଏଥିପାଇଁ ସେ କ୍ଷମା ମାଗନ୍ତୁ। ଚେତାବନୀ ଦେଇଛନ୍ତି କି ,ଯେପର୍ଯ୍ୟନ୍ତ କ୍ଷମା ମାଗିବେ ନାହିଁ, ଆମର ବିରୋଧ ପ୍ରଦର୍ଶନ ଜାରି ରହିବ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.