ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଜିରୋ ନାଇଟ୍ ସେଲିବ୍ରେସନରେ ବୁଲିଲା ଖଣ୍ଡା, ୨ ଯୁବକ ଗୁରୁତର

Published By : Harapriya Sethi | January 1, 2025 2:39 PM

ବଲାଙ୍ଗୀର,୦୧/୦୧: ବଲାଙ୍ଗୀର ସହରରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ରେ ବୁଲିଲା ଖଣ୍ଡା । ମଙ୍ଗଳବାର ରାତିରେ ତୁଳସୀନାଗାର ପଡାରେ ସେଲିବ୍ରେସନ ବେଳେ ଆକ୍ରମଣ କରିଲେ ଦୁଇ ଦୁର୍ବୃତ୍ତ । ଖଣ୍ଡା ଚୋଟର ଶିକାର ହୋଇ ତୁଳସୀନଗର ପଡା ମଧୁସୂଦନ ବଗର୍ତି ଏବଂ ଅଗ୍ନିକୁମାର ବିଶି ଗୁରୁତର ହୋଇଛନ୍ତି । ଆକ୍ରମଣକାରୀଙ୍କ ଭିତରୁ ଜଣକର ନାଁ ବବଲୁ ଷାଣ୍ଢ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରି ନାହିଁ । ବଲାଙ୍ଗୀର ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ମଙ୍ଗଳବାର ରାତିରେ ତୁଳସୀନାଗାର ପଡାରେ ଛୋଟ ଛୋଟ ଛୁଆଙ୍କ ସହିତ ଯୁବକ ମାନେ ଜିରୋନାଇଟ ସେଲିବ୍ରେସନ କରୁଥିଲେ । ଏହି ସମୟରେ ଦୁଇଜଣ ଯୁବକ ସେଲିବ୍ରେସନ କରାଯାଉଥିବା ସ୍ଥାନରେ ଦ୍ରୁତ ଗତିରେ ବାରମ୍ବାର ବାଇକ୍‌ରେ ଯିବା ଆସିବା କରିଥିଲେ । ଏହା ଦେଖି ସ୍ଥାନୀୟ ଯୁବକ ମାନେ ବାରଣ କରିଥିଲେ । ବାରଣ କରିବାରୁ ଖଣ୍ଡା ବାହାର କରି ବାଇକରେ ଥିବା ଦୁଇଜଣ ଯୁବକ ଆକ୍ରମଣ ଆରମ୍ଭ କରିଥିଲେ । ପ୍ରତିବାଦ କରୁଥିବା ତୁଳସୀନଗର ପଡା ମଧୁସୂଦନ ବଗର୍ତି ଏବଂ ଅଗ୍ନିକୁମାର ବିଶିଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ମଧୁସୂଦନଙ୍କ ହାତରେ ଏବଂ ଅଗ୍ନିଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକ ଦ୍ୱୟଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛି ପୋଲିସ । ତେବେ ଆକ୍ରମଣକାରୀଙ୍କ ଭିତରୁ ଜଣକର ନାଁ ବବଲୁ ଷାଣ୍ଢ ବୋଲି ଜଣାପଡିଛି । ଅନ୍ୟଜଣଙ୍କର ନାଁ ଜଣା ପଡ଼ି ନାହିଁ । ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଟାଉନ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.