ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ

Published By : Harapriya Sethi | December 2, 2024 7:37 AM

ଆନନ୍ଦପୁର,୦୨/୧୨: କେନ୍ଦୁଝର ଜିଲ୍ଲା ଖଣିବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ । ରବିବାର ବିଳମ୍ୱିତ ରାତିରେ ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ ଏବଂ ୩ ଜଣ ସୁରକ୍ଷା କର୍ମିଙ୍କୁ ଧରି ଆନନ୍ଦପୁର ଅଞ୍ଚଳରରେ ଚୋରାବାଲି ଧରପକଡ ପାଇଁ ଆସିଥିବା ସମୟରେ ତାଙ୍କ ଟିମ୍ ଉପରେ ଆକ୍ରମଣ ହୋଇଛି ।

ସୂଚନା ମୁତାବକ, ଚଢାଉ ପାଇଁ ଖଣି ଅଧିକାରୀ ଜଣକ ରବିବାର କେନ୍ଦୁଝର କାର୍ଯ୍ୟାଳୟ ଠାରୁ ବାହାରି ପ୍ରଥମେ ହରିଚନ୍ଦନପୁର ଅଞ୍ଚଳକୁ ଯାଇଥିଲେ । ସେହି ଠାରୁ ହିଁ ୨ଟି ଗାଡି ତାଙ୍କୁ ପିଛା କରିଥିଲା । ପରେ ସେ ଆନନ୍ଦପୁର ପହଁଞ୍ଚିବାପରେ ପ୍ରଥମେ ବୈତରଣୀ ବ୍ରିଜ୍ ପାରି ହୋଇ ଆନନ୍ଦପୁର କଲେଜ ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ଫେରି ଆନନ୍ଦପୁର ବସଷ୍ଟାଣ୍ଡ ଦେଇ ଘଷିପୁରା ପଟକୁ ଫେରିବା ସମୟରେ ଆନନ୍ଦପୁର ବ୍ରିଜ୍ ଛକ ଠାରେ ଥିବା ଆଉ ୫-୬ଟି ୪ଚକିଆ ଗାଡିରେ କିଛି ଲୋକ ତାଙ୍କୁ ପିଛା କରିଥିଲେ । ବ୍ରିଜ୍‌ ପାରି ହେବାପରେ ହମ୍‌ସ ଠାରେ ଗାଡି ସ୍ଲୋ ହେବାର ସୁଯୋଗ ନେଇ ତାଙ୍କ ଗାଡି ଆଗରେ ଗାଡି ରଖି ଅତର୍କିତ ଆକ୍ରମଣ କରିଥିଲ । ଲୁହା ପାଇପରେ ଗାଡି କାଚ ସବୁ ଭାଙ୍ଗି ଦେଇଥିଲେ । ଏହା ସହ ଗାଡି ଭିତରେ ବସିଥିବା ଖଣି ଅଧିକାରୀ ସୁରଜ ହେମ୍ବ୍ରମଙ୍କ ସହ ସିକ୍ୟୁରିଟି ଗାର୍ଡ ଓ ଡ୍ରାଇଭରକୁ ମାରି ଲହୁଲୁହାଣ କରିଥିଲେ । ଆହତ ଅବସ୍ଥାରେ ସମସ୍ତ ୫ଜଣ ସ୍କ୍ୱାର୍ଡ ସଦସ୍ୟ ଘସିପୁରା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବାପରେ ପୋଲିସ୍ ଆକ୍ରମଣକାରୀଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.