ପୁଣି ସାମ୍ବାଦିକଙ୍କୁ ଆକ୍ରମଣ; ଦୁର୍ବୃତ୍ତଙ୍କ ଆକ୍ରମଣରେ ‘ପ୍ରମେୟ’ ସାମ୍ବାଦିକ ବିକ୍ରମ ଆଚାର୍ଯ୍ୟ ଆହତ

ପୁରୀ ୧/୨: ପୁରୀରେ ‘ପ୍ରମେୟ’ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମ୍ବାଦିକ ବିକ୍ରମ ଆଚାର୍ଯ୍ୟ ଆହତ ହୋଇଛନ୍ତି । ମେରାଇନ ଡ୍ରାଇଭ ଓ୍ବାଟର ପାର୍କ ନିକଟରେ ୫ଜଣ ଦୁର୍ବୃତ୍ତ ବିକ୍ରମଙ୍କୁ ଆକ୍ରମଣ କରିଛନ୍ତି । ଆହତ ଅବସ୍ଥାରେ ବିକ୍ରମଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣର କାରଣ ସ୍ପଷ୍ଟ ଜଣାପଡିନାହିଁ ।

କିଛି ଦିନ ହେବ ଏଭଳି ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଭୁବନେଶ୍ବରରେ କଳ୍ପତରୁ ପ୍ରଧାନଙ୍କୁ ସିନେମା ହଲରେ ଆକ୍ରମଣ କରାଯାଇଥିଲା । ସେହିପରି ବଲାଙ୍ଗିରରେ ମଧ୍ୟ ନ୍ୟୁଜପେପର ସର୍କୁଲେସନ ମ୍ୟାନେଜରଙ୍କୁ ହତ୍ୟା କରାଯାଇଥିଲା । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେହିପରି କେନ୍ଦ୍ରାପଡା ମାର୍ଶାଘାଇରେ ମଧ୍ୟ ଏକ ସଭାରେ କିଛି ଯୁବକଙ୍କ ଠେଲାପେଲାରେ ୪ଜଣ ସାମ୍ବାଦିକ ଆହତ ହୋଇଥିଲା ।
