ଢେଙ୍କାନାଳ,୨୮/୦୭: ସ୍କୁଲ ଯିବା ରାସ୍ତାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । ଅପହରଣକାରୀଙ୍କ କବଳରୁ କୌଶଳ କ୍ରମେ ଖସି ଆସିଲେ ଛାତ୍ରୀ । ଢେଙ୍କାନାଳ ସହର ଜୟଗୋପାଳ ସାହିରେ ଏପରି ଘଟଣା ଘଟିଛି । ଛାତ୍ରୀଙ୍କ ପରିବାର ଏନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।
କହିରଖୁ କି, ସୋମବାର ସକାଳେ ଛାତ୍ରୀ ଜଣଙ୍କ ସ୍କୁଲ ଯାଉଥିଲେ । ବିଦ୍ୟାଳୟ ନିକଟ ମଙ୍ଗଳା ମନ୍ଦିର ପାଖରେ ଏକ କାର୍ ପହଞ୍ଚିଥିଲା । କାର୍ ଭିତରୁ ଜଣେ ମହିଳା ଛାତ୍ରୀଙ୍କୁ ଡାକିଥିଲେ । ହାତ ଖରାପ ଅଛି କାର୍ ଡୋର୍ ଖୋଲିବାକୁ କହିଲେ । ଛାତ୍ରୀ ଡୋର୍ ଖୋଲିବା ପରେ ମଙ୍ଗଳା ମନ୍ଦିରର ଗେଟ୍ ଖୋଲିବାକୁ କହିଲେ । ଛାତ୍ରୀ ଜଣଙ୍କ ଗେଟ୍ ଖୋଲିଥିବା ବେଳେ ୪ରୁ ୫ଜଣ ମୁଖା ପିନ୍ଧା ଯୁବକ ଏବଂ ଉକ୍ତ ମହିଳା ତାକୁ ଜୋର ଜବରଦସ୍ତ କାର୍ରେ ବସିଥିଲେ । ଛାତ୍ରୀ ଜଣକ ପାଟି କରିବା ସହ ଧକ୍କା ମାରି ସେମାନଙ୍କ ନିକଟରୁ ଖସି ଆସିଥିଲେ ।
ଏନେଇ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ଏସପି ଅଫିସରେ ପହଞ୍ଚି ଧାରଣାରେ ବସିଛନ୍ତି । ଅତିରିକ୍ତ ଏସପି ପ୍ରଭାତ ବିଶ୍ୱାଳ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଛାତ୍ରୀଙ୍କୁ ୪ମାସ ପୂର୍ବରୁ ବାଲି ବେପାରକୁ ନେଇ ହତ୍ୟା ହୋଇଥିବା ଟିଟନଙ୍କ ଝିଆରୀ । ଏଣୁ ଏହି ହତ୍ୟାକାଣ୍ଡ ମାମଲାର ସମାଧାନ ପାଇଁ ଏପରି ଅପହରଣ ଉଦ୍ୟମ କରାଯାଇଥିବା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ।