ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲା ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା, ବୁଧବାର ପ୍ରକାଶ ପାଇବ ଚୁଡାନ୍ତ ରାୟ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ନୂଆ ଢାଞ୍ଚାରେ ବସିବ କ୍ୟାବିନେଟ ବୈଠକ : ବଢ଼ିବ ମନ୍ତ୍ରୀଙ୍କ ଗୁରୁତ୍ୱ, ଅଫିସରଙ୍କ କ୍ଷମତାକୁ କରାଯିବ ଗୌଣ
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ଚୁନରୀ ଚୁନରୀ ରିମେକ୍‌ରେ ଦର୍ଶକ ଖପ୍ପା, କହିଲେ-'୯୦ ଦଶକର ଗୀତକୁ ବରବାଦ କରାଯାଉଛି'

Published By : Krishna Priya | May 27, 2025 2:40 PM

ମୁମ୍ବାଇ ୨୭/୦୫: ଅପ୍‌କମିଙ୍ଗ ଫିଲ୍ମ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’ରେ ନଜର ଆସିବେ ବରୁଣ ଧୱନ । ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ପୂଜା ହେଗ୍‌ଡ଼େ ଓ ମୃଣାଳ ଠାକୁର । ସୋସିଆଲ ମିଡିଆରେ ଆଜିକାଲି ଏହି ଫିଲ୍ମ ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହେଉଛି । ଇତିମଧ୍ୟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବରୁଣ, ପୂଜା ଓ ମୃଣାଳ ଫିଲ୍ମ ‘ବିବି ନମ୍ବର-୧’ର ଲୋକପ୍ରିୟ ଗୀତ ‘ଚୁନରୀ ଚୁନରୀ’ରେ ନୃତ୍ୟ କରୁଥିବା ନଜର ଆସିଛନ୍ତି । ଭିଡିଓ ଦେଖିବା ପରେ ୟୁଜର୍‌ ରାଗିଯାଇଛନ୍ତି । ସେମାନଙ୍କ କହିବା ଅନୁସାରେ, ୯୦ ଦଶକର କ୍ଲାସିକ୍‌ ଗୀତଗୁଡ଼ିକୁ ପୁନଃ ପ୍ରସ୍ତୁତ କରି ବରବାଦ କରାଯାଉଛି । 

‘ଚୁନରୀ ଚୁନରୀ’ ରିମେକ୍‌ ଗୀତର ଲିକ୍‌ ହୋଇଥିବା ଦୃଶ୍ୟରେ ବରୁଣ, ମୃଣାଳ ଓ ପୂଜା ନୃତ୍ୟ କରୁଥିବା ନଜର ଆସିଛନ୍ତି । ଭିଡିଓରେ ବରୁଣ ପ୍ରିଣ୍ଟେଡ୍‌ ସାର୍ଟ ଓ ଲାଲ୍‌ ପ୍ୟାଣ୍ଟ୍‌ ପିନ୍ଧିଛନ୍ତି । ମୃଣାଳ ଗୋଲ୍ଡେନ୍‌-ବ୍ଲାକ୍‌ ଡ୍ରେସ୍‌ରେ ଖୁବ୍‌ ଷ୍ଟାଇଲିଶ୍‌ ଦିଶୁଛନ୍ତି । ପୂଜା ବି ଗୋଲ୍ଡେନ୍‌ ପୋଷାକରେ ନଜର ଆସିଛନ୍ତି । ‘ହୈ ଜୱାନୀ ତୋ ଇଶ୍କ ହୋନା ହୈ’ର ନିର୍ଦ୍ଦେଶନା ଦେଉଛନ୍ତି ବରୁଣଙ୍କ ବାପା ଡେଭିଡ୍‌ ଧୱନ୍‌ । ରମେଶ ତୌରାନି ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୧୦ରେ ଥିଏଟରକୁ ଆସିବ । 



୧୯୯୯ ମସିହାର ଫିଲ୍ମ ‘ବିବି ନମ୍ବର-୧’ର ‘ଚୁନରୀ ଚୁନରୀ’ ଗୀତ ଗାଇଥିଲେ ଅଭିଜିତ ଭଟ୍ଟାଚାର୍ଯ୍ୟ । ଫିଲ୍ମରେ ସଲମାନ ଖାନ୍‌ ଓ ସୁସ୍ମିତା ସେନ୍‌ ମୁଖ୍ୟ କଳାକର ଥିଲେ । ତେବେ ବରୁଣଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଏହି ଗୀତର ରିମେକ୍‌ ଉପରେ କେବଳ ଦର୍ଶକ ନୁହେଁ, ଗାୟକ ଅଭିଜିତ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ ଏକ ଗଣମାଧ୍ୟମକୁ କହିଛନ୍ତି, ଫିଲ୍ମର ନିର୍ଦ୍ଦେଶକ କିମ୍ବା ମ୍ୟୁଜିକ୍‌ କମ୍ପୋଜର୍‌ ତାଙ୍କୁ ଏ ବିଷୟରେ ସୂଚନା ଦେଇନାହାନ୍ତି । ଏ ବିଷୟରେ ଯାଞ୍ଚ୍‌ କରିବା ପାଇଁ ତାଙ୍କର ସାହାସ ମଧ୍ୟ ନାହିଁ । ବ୍ୟକ୍ତିଗତ ଭାବେ ଏହି ଗୀତ ତାଙ୍କ ପସନ୍ଦର ନ ଥିଲା । ବହୁତ ତରବରରେ ଗୀତ ପ୍ରସ୍ତୁତ ହୋଇଥିଲା ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.