ଡେରାଡୁନ: ଉତ୍ତରାଖଣ୍ଡ ସିଏମ୍ ପୁଷ୍କର ସିଂହ ଧାମି ହରିଦ୍ୱାର, ଡେରାଡୁନ, ନୈନିତାଲ ଏବଂ ଉଦ୍ଧମ ସିଂ ନଗରରେ ଅବସ୍ଥିତ ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି । ଜନସାଧାରଣଙ୍କ ଭାବନା ଏବଂ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଅନୁଯାୟୀ ଏହି ନାମକରଣ କରାଯାଉଛି ବୋଲି ସେ କହିଛନ୍ତି। ଏହା ସହିତ ଲୋକମାନେ ଭାରତୀୟ ସଂସ୍କୃତି ଏବଂ ଏହାର ସଂରକ୍ଷଣରେ ସହଯୋଗ କରିଥିବା ମହାନ ବ୍ୟକ୍ତିଙ୍କଠାରୁ ପ୍ରେରଣା ନେଇପାରିବେ ।
ଏହି ସ୍ଥାନଗୁଡିକର ନାମ ପରିବର୍ତ୍ତନ ହେବ
ହରିଦ୍ବାର ଜିଲ୍ଲା
ଔରଙ୍ଗଜେବପୁର- ଶିବାଜୀ ନାଗର
ଗାଜିବାଲୀ- ଆର୍ଯ୍ୟ ନାଗର
ଚାନ୍ଦପୁର- ଜ୍ୟୋତିବା ଫୁଲେ ନାଗର
ମହମ୍ମଦପୁର ଜେଟି- ମୋହନପୁର ଜେଟି
ଖାନପୁର କୁର୍ସାଲୀ- ଆମ୍ବେଦକର ନଗର
ଇଦ୍ରିସପୁର- ନନ୍ଦପୁର
ଖାନପୁର-ଶ୍ରୀକୃଷ୍ଣପୁର
ଆକବରପୁର ଫାଜଲପୁର- ବିଜୟନଗର
ଡେରାଡୁନ ଜିଲ୍ଲା
ମିଆଁୱାଲା- ରାମଜୀୱାଲା
ପୀରୱାଲା- କେଶରୀ ନଗର
ଚାନ୍ଦପୁର ଖୁର୍ଦ- ପୃଥ୍ବୀରାଜ ନଗର
ଅବଦୁଲ୍ଲାପୁର- ଦକ୍ଷ ନଗର
ନୈନିତାଲ ଜିଲ୍ଲା
ନବାବୀ ରୋଡ୍-ଅଟଳ ମାର୍ଗ
ପନଚକ୍କିରୁ ଆଇଟିଆଇ ମାର୍ଗ - ଗୁରୁ ଗୋବଲକର ମାର୍ଗ
ଉଦ୍ଧମ ସିଂ ନଗର ଜିଲ୍ଲା
ନଗର ପଞ୍ଚାୟତ ସୁଲତାନପୁର ପଟ୍ଟି- କୌଶଲ୍ୟା ପୁରୀ
ସିଏମ୍ ଧାମି ମଧ୍ୟ ଏହି ତାଲିକାକୁ ତାଙ୍କ X ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି | କେଉଁ ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଛି ତାହା ତାଲିକାରେ ଏହା ଦେଖିବାକୁ ମିଳିଛଇ । ସିଏମ କହିଛନ୍ତି ଯେ, ହରିଦ୍ୱାର ଜିଲ୍ଲାର ଔରଙ୍ଗଜେବପୁର ବର୍ତ୍ତମାନ ଶିବାଜୀ ନାଗର ନାମରେ ପରିଚିତ ହେବ।