ଡେରାଡୁନ: ଉତ୍ତରାଖଣ୍ଡ ସିଏମ୍ ପୁଷ୍କର ସିଂହ ଧାମି ହରିଦ୍ୱାର, ଡେରାଡୁନ, ନୈନିତାଲ ଏବଂ ଉଦ୍ଧମ ସିଂ ନଗରରେ ଅବସ୍ଥିତ ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି । ଜନସାଧାରଣଙ୍କ ଭାବନା ଏବଂ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଅନୁଯାୟୀ ଏହି ନାମକରଣ କରାଯାଉଛି ବୋଲି ସେ କହିଛନ୍ତି। ଏହା ସହିତ ଲୋକମାନେ ଭାରତୀୟ ସଂସ୍କୃତି ଏବଂ ଏହାର ସଂରକ୍ଷଣରେ ସହଯୋଗ କରିଥିବା ମହାନ ବ୍ୟକ୍ତିଙ୍କଠାରୁ ପ୍ରେରଣା ନେଇପାରିବେ ।

 ଏହି ସ୍ଥାନଗୁଡିକର ନାମ ପରିବର୍ତ୍ତନ ହେବ

ହରିଦ୍ବାର ଜିଲ୍ଲା

ଔରଙ୍ଗଜେବପୁର- ଶିବାଜୀ ନାଗର 

ଗାଜିବାଲୀ- ଆର୍ଯ୍ୟ ନାଗର 

ଚାନ୍ଦପୁର- ଜ୍ୟୋତିବା ଫୁଲେ ନାଗର 

ମହମ୍ମଦପୁର ଜେଟି- ମୋହନପୁର ଜେଟି

ଖାନପୁର କୁର୍ସାଲୀ- ଆମ୍ବେଦକର ନଗର 

ଇଦ୍ରିସପୁର- ନନ୍ଦପୁର 

ଖାନପୁର-ଶ୍ରୀକୃଷ୍ଣପୁର 

ଆକବରପୁର ଫାଜଲପୁର- ବିଜୟନଗର 

ଡେରାଡୁନ ଜିଲ୍ଲା

ମିଆଁୱାଲା- ରାମଜୀୱାଲା 

ପୀରୱାଲା- କେଶରୀ ନଗର 

ଚାନ୍ଦପୁର ଖୁର୍ଦ- ପୃଥ୍ବୀରାଜ ନଗର 

ଅବଦୁଲ୍ଲାପୁର- ଦକ୍ଷ ନଗର

ନୈନିତାଲ ଜିଲ୍ଲା 

ନବାବୀ ରୋଡ୍-ଅଟଳ ମାର୍ଗ 

ପନଚକ୍କିରୁ ଆଇଟିଆଇ ମାର୍ଗ - ଗୁରୁ ଗୋବଲକର ମାର୍ଗ

ଉଦ୍ଧମ ସିଂ ନଗର ଜିଲ୍ଲା 

ନଗର ପଞ୍ଚାୟତ ସୁଲତାନପୁର ପଟ୍ଟି- କୌଶଲ୍ୟା ପୁରୀ 

 ସିଏମ୍ ଧାମି ମଧ୍ୟ ଏହି ତାଲିକାକୁ ତାଙ୍କ X ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି | କେଉଁ ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନ କରାଯାଇଛି ତାହା ତାଲିକାରେ ଏହା ଦେଖିବାକୁ ମିଳିଛଇ । ସିଏମ କହିଛନ୍ତି ଯେ, ହରିଦ୍ୱାର ଜିଲ୍ଲାର ଔରଙ୍ଗଜେବପୁର ବର୍ତ୍ତମାନ ଶିବାଜୀ ନାଗର ନାମରେ ପରିଚିତ ହେବ।