ଭୁବନେଶ୍ବର ୨୪/ ୦୧: ହକି ବିଶ୍ବକପ୍ ୨୦୨୩ରେ ମଙ୍ଗଳବାର ପ୍ରଥମ କ୍ବାର୍ଟର୍ ଫାଇନାଲ ଖେଳାଯାଇଛି । ରୋମାଞ୍ଚକର ମୁକାବିଲାରେ ସ୍ପେନ୍କୁ ହରାଇ ସେମି-ଫାଇନାଲରେ ପ୍ରବେଶ କରିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ । ପ୍ରଥମ ଦଳ ଭାବେ ସେମିରେ ପହଞ୍ଚିଛି କଙ୍ଗାରୁ ଟିମ୍ ।
ଅଷ୍ଟ୍ରେଲିଆ ଏବଂ ସ୍ପେନ୍ ମୁକାବିଲାରେ ପ୍ରଥମାର୍ଦ୍ଧର ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା । କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ସ୍ପେନ୍ ଦୁଇଟି ଗୋଲ୍ ସ୍କୋର କରିବା ସହ ଅଷ୍ଟ୍ରେଲିଆ ଗୋଟିଏରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କିନ୍ତୁ ଦ୍ବିତୀୟାର୍ଦ୍ଧର ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ୩ଟି ଗୋଲ କରିଥିବା ବେଳେ ସ୍ପେନ୍ ମାତ୍ର ଗୋଟିଏ କରିବାକୁ ସକ୍ଷମ ହୋଇଥିଲା । ଚତୁର୍ଥ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା ।
ସ୍ପେନ୍ ପକ୍ଷରୁ ଗିସପର୍ଟ ଜାଭିୟର୍ ୧୯ତମ ମିନିଟରେ ପ୍ରଥମ ଗୋଲ୍ ସ୍କୋର କରିଥିବା ବେଳେ ୨୩ତମ ମିନିଟରେ ରେକାସେନ୍ସ ମାର୍କ ୨୩ତମ ମିନିଟ୍ରେ ଦ୍ବିତୀୟ ଗୋଲ୍ କରିଥିଲେ । ପରେ ଅଷ୍ଟ୍ରେଲିଆ ପକ୍ଷରୁ ଓଗିଲଭିୟେ ଫ୍ଲିନ୍ ୨୯ତମ ମିନିଟରେ ପ୍ରଥମ ଗୋଲ୍ କରିଥିବା ବେଳେ ୩୧ତମ ମିନିଟରେ ଜାଲେସ୍ବାକୀ ଆରାନ୍ ଦ୍ବିତୀୟ ଗୋଲ ଏବଂ ଏହାର ମାତ୍ର ଗୋଟିଏ ମିନିଟ ପରେ ୩୨ତମ ମିନିଟରେ ହେଓ୍ବାର୍ଡ ଜେରିମି ତୃତୀୟ ଗୋଲ ଦେଇଥିଲେ । ୩୬ତମ ମିନିଟ୍ରେ ପୁଣି ହେଓ୍ବାର୍ଡ ଜେରିମି ବ୍ୟକ୍ତିଗତ ଦ୍ବିତୀୟ ଗୋଲ କରିବା ସହିତ ଦଳ ପାଇଁ ୪ର୍ଥ ଗୋଲ୍ କରିଥିଲେ । ବ୍ୟାକଫୁଟ୍କୁ ଚାଲିଯାଇଥିବା ସ୍ପେନ୍ ପାଇଁ ୪୦ତମ ମିନିଟରେ ତୃତୀୟ ଗୋଲ୍ କରି ସାମାନ୍ୟ ଆଶ୍ବସ୍ତି ଦେଇଥିଲେ ମିରାଲେସ୍ ମାର୍କ । ତେବେ ଚତୁର୍ଥ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବାରୁ ପରାସ୍ତ ହୋଇଥିଲା ସ୍ପେନ୍ ।
wp:html/wp:htmlAustralia is the first team to seal its berth in the semi-final of the FIH Odisha Hockey Men's World Cup 2023 Bhubaneswar-Rourkela.
— Hockey India (@TheHockeyIndia) January 24, 2023
🇦🇺 AUS 4:3 ESP 🇪🇸 pic.twitter.com/9LWqyfx4zh