ନୂଆଦିଲ୍ଲୀ, ୧୭/୦୧ : ଅଷ୍ଟ୍ରେଲିଆରେ ପିଲାଙ୍କୁ ସୋସିଆଲ ମିଡିଆ ବ୍ୟାନ୍ ପରେ ହଟିଲା ୪୭ ଲକ୍ଷ ଆକାଉଣ୍ଟ। ୫ ଲକ୍ଷ ୪୪ ହଜାର ଆକାଉଣ୍ଟ ରଦ୍ଦ କଲା ମେଟା। ସରକାରଙ୍କ ଇ-ସେଫ୍ଟି କମିଶନରଙ୍କ ଦ୍ଵାରା ଜାରି ହୋଇଥିବା ତଥ୍ୟରୁ ଖୁଲାସା। ଡିସେମ୍ଵର ୧୦ରେ ୧୬ ବର୍ଷରୁ କମ୍ ବୟସ୍କ ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲାଗିଥିଲା। ଏହାପରେ ପିଲାମାନଙ୍କ ଆକାଉଣ୍ଟକୁ ଡିଆକ୍ଟିଭ୍ କରାଯାଇଛି। ୧୦ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏନେଇ ସରକାରଙ୍କୁ ତଥ୍ୟ ପ୍ରଦାନ କରିଛି।

ଅଷ୍ଟ୍ରେଲିଆ ଦୂରସଞ୍ଚାର ମନ୍ତ୍ରୀ ଅନିକା ବେଲ୍ସ କହିଛନ୍ତି ଯେ, ଯେଉଁମାନେ କହିଥିଲେ ଏହା ସମ୍ଭବ ନୁହେଁ ବୋଲି, "ଆମେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛୁ। ଏବେ ଅଷ୍ଟ୍ରେଲିଆର ପିଲାମାନେ ସେମାନଙ୍କର ଶୈଶବ ଫେରି ପାଇପାରିବେ ବୋଲି ପିତାମାତାମାନେ ନିଶ୍ଚିତ ହୋଇପାରିବେ।" ସେହିପରି ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନୀସ୍ କହିଛନ୍ତି ଯେ, "ଉତ୍ସାହଜନକ ଭାବେ କମ୍ପାନୀମାନେ ପ୍ରତିବନ୍ଧକକୁ ପାଳନ କରିଛନ୍ତି। ରାତାରାତି ପରିବର୍ତ୍ତନ ହୋଇପାରିବ ନାହିଁ। ପ୍ରାରମ୍ଭିକ ସଙ୍କେତରୁ ଜଣାପଡ଼ୁଛି ଯେ ପରିବର୍ତ୍ତନ ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ।"

୫, ୪୪,୦୦୦ ଆକାଉଣ୍ଟ ହଟାଇଛି ମେଟା

ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୧ ତାରିଖ ସୁଦ୍ଧା ମେଟା ଏହାର ପ୍ଲାଟଫର୍ମ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଥ୍ରେଡସରେ ୫୪୪,୦୦୦ ରୁ ଅଧିକ ଆକାଉଣ୍ଟକୁ ଡିଆକ୍ଟିଭ୍ କରିଛି। ତେବେ ପ୍ରତିବନ୍ଧକ ଲାଗିଥିବା ୧୦ଟି ପ୍ଲାଟଫର୍ମ ମଧ୍ୟରୁ ପ୍ରତ୍ୟେକ କମ୍ପାନୀ କେତେ ଆକାଉଣ୍ଟ ହଟାଇଛନ୍ତି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଏହି ଖବରଟିକୁ ପଢନ୍ତୁ- 'ଯୌତୁକ ନିର୍ଯାତନା ମାମଲାରେ ସବୁବେଳେ ଭୁଲ୍ ନୁହଁନ୍ତି ଶାଶୁଘର ଲୋକ, ମହିଳାମାନେ ବି ଆଇନର ଉଠାଉଛନ୍ତି ଫାଇଦା'