ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

ବର୍ଷା ସାଜିଲା ବାଧକ, ଆଫଗାନିସ୍ତାନର ସେମି ଆଶା ଧୂଳିସାତ୍‌

Published By : Tapas Panda | February 28, 2025 10:24 PM

ଲାହୋର: ଗଦ୍ଦାଫି ଷ୍ଟାଡିୟମରେ ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ ମ୍ୟାଚ୍ ବାତିଲ ହୋଇଛି । ଏହା ସହିତ ଅଷ୍ଟ୍ରେଲିଆ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୭୩ ରନ୍ କରିଥିଲା ।  ଜବାବରେ କଙ୍ଗାରୁ ଦଳ ସମ୍ପୂର୍ଣ୍ଣ ୧୩ ଓଭର ମଧ୍ୟ ଖେଳିପାରିନଥିଲା । ୨୭୪ ରନର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ୧୨.୫ ଓଭରରେ ଗୋଟିଏ ୱିକେଟ ହରାଇ ୧୦୯ ରନ କରିଥିଲା । 

ଏହା ପରେ ବର୍ଷା ହୋଇଥିଲା। ଟ୍ରାଭିସ୍ ହେଡ୍ ୫୯ ରନ୍ ଏବଂ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୧୯ ରନ୍ କରିଥିଲେ ।  ଭାରତୀୟ ସମୟ ରାତି ପ୍ରାୟ ୭:୩୦ ସମୟରେ ବର୍ଷା ଆରମ୍ଭ ହୋଇଥିଲା। କିନ୍ତୁ କିଛି ସମୟ ପରେ ଏହା ବନ୍ଦ ହୋଇଯାଇଥିଲା । ଦେଢ଼ ଘଣ୍ଟା ପରେ ମଧ୍ୟ ଗ୍ରାଉଣ୍ଡ ଷ୍ଟାଫ୍ ଗ୍ରାଉଣ୍ଡକୁ ପ୍ରସ୍ତୁତ କରିପାରି ନଥିଲେ । ତେଣୁ ଏହି ମ୍ୟାଚ୍ ଡ୍ର ହୋଇଯିବାରୁ ଆଫଗାନିସ୍ତାନ ସବୁଠାରୁ ଅଧିକ କ୍ଷତି ସହିଛି । 

ମ୍ୟାଚ୍‌ ଡ୍ର ରହିବାରୁ ଉଭୟ ଟିମକୁ ୧-୧ ପଏଣ୍ଟ ମିଳିଛି । ଫଳରେ ଅଷ୍ଟ୍ରେଲିଆ ୪ ପଏଣ୍ଟ ପାଇବା ସହ ସେମିରେ ପ୍ରବେଶ କରିଛି । ଏହା ପୂର୍ବରୁ ବର୍ଷା ଯୋଗୁଁ ପାକିସ୍ତାନା ଏବଂ ବାଂଲାଦେଶ ମ୍ୟାଚ୍‌ ବାତିଲ ହୋଇଥିଲା । ଉଭୟ ଦଳରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ରୁ ବିଦା ହୋଇଥିଲେ । ଏବେ ସେମି ଫାଇନାଲ୍‌ରେ ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ସ୍ଥାନ ପକା କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.