PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମହିଳା ଆଥଲେଟଙ୍କୁ ଅପହରଣ ପରେ ବଳପୂର୍ବକ ପିଆଇଲେ ମଦ,କପଡା ଖୋଲି ବାନ୍ଧିକି ରଖିଲେ,ଏହାପରେ…

ନୂଆଦିଲ୍ଲୀ,୨୮।୭: ଜଣେ ୨୭ ବର୍ଷୀୟ ମହିଳା ଆଥଲେଟଙ୍କୁ ଅପହରଣ କରିବା ପରେ ତାଙ୍କୁ ବିବସ୍ତ୍ର କରି ରଶିରେ ବାନ୍ଧିବା ପରେ ବଳପୂର୍ବକ ମଦ ପିଆଇବା ଘଟଣା ଏବେ ଖୁବ୍ ଚର୍ଚ୍ଚାରେ ରହିଛି। କିନ୍ତୁ ସବୁଠାରୁ ବଡ କଥା ହେଉଛି ମହିଳା ଆଥଲେଟ୍ ଜଣକ ଅପହରଣକାରୀଙ୍କ ନିକଟରୁ ଖସି ଆସିବାରେ ସଫଳ ହୋଇଛନ୍ତି।

ଅଷ୍ଟ୍ରିଆରେ ରହୁଥିବା ୨୭ ବର୍ଷୀୟ ନଥାଲିଆ ସାଇକେଲିଂ ସମୟରେ ତାଙ୍କୁ ଅପହରଣ କରିନିଆଯାଇଥିଲା। ତାଙ୍କର ସାଇକେଲ ଏକ ଭ୍ୟାସ ସହିତ ମାଡ ହୋଇଥିଲା। ଏହାପରେ ତାଙ୍କର ହୋସ ଆସିଲା ପରେ ହାତ-ଗୋଡ ବନ୍ଧା ହୋଇଥିବା ସହ ଦେହରେ କପଡା ନଥଲା ବୋଲି ଜାଣିଥିଲେ।ଘଟଣାଟି ଦକ୍ଷିଣ ଅଷ୍ଟ୍ରିଆରେ ମଙ୍ଗଳବାର ଘଟିଥିଲା। ମହିଳାଜଣଙ୍କର କହିବା ଅନୁସାରେ ବାଡିରେ ତାଙ୍କୁ ମଧ୍ୟ ପିଟା ଯାଇଥିଲା। ୧୪ ସପ୍ତାହନର ସନ୍ତାନ ଥିବା ଏହି ମହିଳା ଆଥଲେଟ୍ ଜଣକ କହିଛନ୍ତି ତାଙ୍କ ହାତ ମଧ୍ୟ ଭାଙ୍ଗିଯାଇଛି ମାଡ ଖାଇକି।

ଏତେ ସବୁ ନିର୍ଯ୍ୟାତନା ପରେ ଅପହରଣକାରୀମାନେ କହିଥିଲେ, ତାଙ୍କର ତଣ୍ଟିଚିପି ମାରିଦେବେ। ଯଦିଓ ପରେ ମହିଳା ଜଣକ ଅପହରଣକାରୀଙ୍କ ଭରଷା ଜିତିବାର ଚେଷ୍ଟା କରି ନିଜକୁ ବଞ୍ଚାଇ ଖସିଆସିଥିଲେ। ସେ ଅପହରଣକାରୀଙ୍କୁ କହିଥିଲେ, ତାଙ୍କୁ ଯଦି ଛାଡି ଦେବେ ତେବେ ସେ ପୋଲିସକୁ କିଛି କହିବେନି, କେବଳ କହିବେ ତାଙ୍କର ଆକ୍ସିଡେଣ୍ଟ ହୋଇଥିଲା। ଶେଷରେ ୩୩ ବର୍ଷର ଅଭିଯୁକ୍ତ ଜଣକ ଆଥଲେଟ୍ ଜଣକୁ ଛାଡିଦେଇଥିଲା।

ମୁକ୍ତ ହେବାପରେ ମହିଳା ଜଣକ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ମହିଳାଙ୍କର ସାଇକେଲରେ ଜିପିଏସ୍ ଲୋକେଶନ୍ ଆଧାରରେ ପୋଲିସ ଅଭିଯୁକ୍ତ ନିକଟରେ ପହଁଞ୍ଚିଥିଲା। ମହିଳା ଜଣକ କହିଛନ୍ତି, ଅଭିଯୁକ୍ତ ଜଣକ କହିଥିଲା ସେ ଗାର୍ଡେନିଂର କାମ କରୁଥିଲା,ତା’ର  ବାପାର ମୃତ୍ୟୁ ହୋଇସାରିଛି ଓ ମା’ ମଦ ପିଏ। ଗର୍ଲଫ୍ରେଣ୍ଡ ମଧ୍ୟ ତାକୁ ଧୋକା ଦେଇ ଛାଡି ଦେଇଛି।

ସନ୍ଦ୍ୟା ୫ଟା ବେଳେ ଅପହରଣ ହୋଇଥିବା ଏହି ମହିଳା ଆଥଲେଟ୍ ଜଣକ ଅଧାରାତିରେ ଅପହରଣକାରୀଙ୍କ ନିକଟରୁ ଖସିଆସିଥିଲେ। ନିଜର ଅପହରଣ ସମ୍ପର୍କରେ କହିବାକୁ ଯାଇ ପୀଡିତା ଆଥଲେଟ୍ ଜଣକ ଫେସବୁକରେ ଲେଖିଛନ୍ତି, ଯେଉଁ ଲୋକମାନେ ମୋତେ ଖୋଜିବାକୁ ଚେଷ୍ଟା କରିଛନ୍ତି ତାକୁ ହଜାର ହଜାର ଥର ଧନ୍ୟବାଦ। ମୋର ସହିତ ଏକ ଖରାପ ଫିଲ୍ମ  ଭଳି ଘଟଣା ଘଟିଛି।