PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ, ଜଣେ ବୃଦ୍ଧାଙ୍କ ସମେତ ୫ ଛାତ୍ରଛାତ୍ରୀ ଗୁରୁତର

ଜଳେଶ୍ୱର, ୧୮/୦୩: ମାଟ୍ରିକ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଅଟୋରେ ଫେରୁଥିବାବେଳେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୬ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହେବା ସହିତ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତର ହୋଇଛନ୍ତି । ଜଳେଶ୍ଵର ମହମ୍ମଦ ନଗର ପାଟଣା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଫୁଲଵାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରଛାତ୍ରୀ ଜଳେଶ୍ଵର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଜି ଜଳେଶ୍ୱର ମୁନିସିପାଲଟି ଅଧିନସ୍ତ ବଡ଼ବଜାର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ଚାଲନ୍ତିସ୍ଥିତ ସ୍ୱାମୀ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଇ ଜଳେଶ୍ୱର ଫେରୁଥିଲେ । ଏହି ସମୟରେ ମିଲିଟାରୀ ବଜାରଠାରେ ଥିବା ଚର୍ଚ୍ଚ ସାମ୍ନାରେ ଅଟୋଟି ବୃଦ୍ଧାଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଚର୍ଚ୍ଚର ପାଚେରୀରେ ପିଟି ହୋଇଯାଇଥିଲା । ଅଟୋରେ ଦଶ ଜଣ ଛାତ୍ରଛାତ୍ରୀ ଥିବାବେଳେ ସେଥିରୁ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତ ହୋଇଥିବା ଛାତ୍ରଛାତ୍ରୀ ଜଳେଶ୍ୱର ଜି.କେ.ଭଟ୍ଟ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ବୃଦ୍ଧା ଜଣକ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଛି । ଆହତ ଛାତ୍ରଛାତ୍ରୀମାନେ ହେଲେ ସୁବ୍ରତ ଯେନା, ଦିବ୍ୟଜ୍ୟୋତି ସାହୁ, ଶୁଭଶ୍ରୀ ଜେନା, ବୀଣାପାଣି ଘୋଷ ପ୍ରିୟଦର୍ଶିନୀ ରାଉତରାୟ ।