ରାଇକିଆ,୮/୧୨: ରାଇକିଆ ଥାନା ଅନ୍ତର୍ଗତ କତକନ୍ଦି ଠାରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁବାର ଥିବା ବେଳେ ଆହତ ମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।
ସୂଚନା ଅନୁଯାୟୀ, ଅଟୋରିକ୍ସାଟି ରାଇକିଆ ଠାରୁ ପାବୁରିଆ ଆଡକୁ ଯାଉଥିଲା । ହଠାତ ଗାଡି ଆଗକୁ ଏକ କୁକୁର ଆସି ଯିବାରୁ ଚାଳକ ଭାରସାମ୍ୟ ହରାଇ ଥିଲେ। ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଉଦ୍ଧାର କରି ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଉତ୍କଳ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଅଟୋ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।