ଘରେ ନିଆଁ ଲଗାଇ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତ ଗିରଫ

କାଶୀପୁର, ୨୫।୧ କାଶୀପୁର ବ୍ଲକ ସଦର ମହକୁମା ତୋଟା ସାହି(ଇନ୍ଦିରା ଆବାସ କଲୋନୀ )ରେ ରହୁଥିବା ବୈରାଗୀ ନାଏକଙ୍କ ପତ୍ନୀ ଏବଂ ଦୁଇ ଶିଶୁ କୁ ହତ୍ୟା କରିବା ପାଇଁ ପେଟ୍ରୋଲ ଢ଼ାଳି ଘରେ ନିଆଁ ଲଗାଇ ଦେଇ ଥିବା ଅଭିଯୁକ୍ତ ମଦନ ନାଏକଙ୍କୁ ପୁଲିସ ଗିରଫ କରିଛି ।
ଗତ୨୩ ତାରିଖ ସୋମବାର ସକାଳେ ମଦନ ନାଏକ ଦାଦା ବୈରାଗୀ ନାଏକ ଙ୍କ ଘରକୁ ଯାଇ ତୁରନ୍ତ ଘର ନ ଛାଡିଲେ ଘରେ ନିଆଁ ଲଗାଇ ଦେବାକୁ ଧମକ ଦେଇଥିଲେ ।ଏହି ସମୟରେ ବୈରାଗୀ ଘରେ ନ ଥିବା ତାଙ୍କ ପତ୍ନୀ ସଂଜୁଏବଂ ଦୁଇ ଶିଶୁ ଥିଲେ ।ଘର ଛାଡିବା ନେଇ ଖୁଡୀ ସଂଜୁ ଏବଂ ପୁତୁରା ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡହୋଇ ଥିଲା ।ଏଥିରେ ପୁତୁରା ମଦନ ନାଏକ ରାଗି ଯାଇ ଖୁଡୀସହିତ ଦୁଇ ଶିଶୁ ଉପରେ ପେଟ୍ରୋଲ ଢ଼ାଳିବା ପରେ ଘରେ ନିଆଁ ଲଗାଇ ଦେଇଥିଲା । ଗ୍ରାମବାସୀ ଘର ଭିତରେ ଥିବା ଦୁଇଶିଶୁ ଙ୍କ ସହିତ ମହିଳା ସଂଜୁ ନାଏକ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଘରେ ଲାଗିଥିବା ନିଆଁକୁ ପାଣି ଢ଼ାଳି ଆୟତ୍ତ କରିଥିଲେ । କିନ୍ତୁ ନିଆଁରେ ଘରର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା ।
କାଶୀପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁଘରେ ନିଆଁ ଲଗାଇବା ପରେ ମଦନ ନାଏକ ଫେରାର ହୋଇ ଯାଇଥିଲା । ମଦନଙ୍କୁ ପୋଲିସ ଆଜି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ର ଜଣା ଯାଇଛି ।ଏହି ଘଟଣାରେଅଭିଯୁକ୍ତ ବିରୋଧ ରେ ଏକ ମାମଲା ରୁଜୁ କରାଯାଇ ଥିବାର ସୂଚନା ମିଳିଛି ।