ମାଲକାନଗିରି ଜିଲ୍ଲାର ୫ଟି ପଞ୍ଚାୟତ କନ୍ୟାସନ୍ତାନ ସଂଖ୍ୟା ବୃଦ୍ଧି ପାଇଁ ପୁରସ୍କୃତ

ମାଲକାନଗିରି , ୨୫।୧ (ଆପ୍ର ) ସମଗ୍ର ଦେଶରେ ଧୀରେ ଧୀରେ କନ୍ୟାସନ୍ତାନଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୫ଟି ପଞ୍ଚାୟତରେ କନ୍ୟାସନ୍ତାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥି ନିମନ୍ତେ ସେହି ୫ଟି ପଞ୍ଚାୟତ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଛି।
ଜିଲ୍ଲାସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦିପ୍ ଯୋଗ ଦେଇଥିଲେ । ଦେଶରେ ଦିନକୁ ଦିନକନ୍ୟା ଭୃଣ ହତ୍ୟା ସହ ଝିଅପୁଅଙ୍କ ମଧ୍ୟରେ ଭେଦଭାବ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସଚେତନତା ସୃଷ୍ଟି ଉପରେ ଆଲୋକ ପାତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାୟକ , ସିଡିଏମଓ ପ୍ରଫୁଲ ନନ୍ଦ , ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା , ଜିଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ସହ ଅନେକ ଅଧିକାରୀ ଉପସ୍ଥିତ ଥିଲେ। ବିଭିନ୍ନ ଶିଶୁ ଗୃହ ଓ ବିଦ୍ୟାଳୟ, ମହାବିଦ୍ୟାଳୟରୁ ଅନେକ ଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରୀମାନଙ୍କ ମଧ୍ୟରେ ଦୌଡି ଡିଆଁ , ଭକ୍ତି ସଙ୍ଗୀତ , ପୁଚି ଭଳି ଅନେକ କ୍ରୀଡା ପ୍ରତିଯୋଗିତା ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହ ଜିଲ୍ଲା ର ୪ ଟି ବ୍ଲକର୫ ଟି ପଞ୍ଚାୟତର ରେ ପୁଅ ଅପେକ୍ଷା ଝିଅଙ୍କ ସଂଖ୍ୟା ଅଧିକରହିଛି। ସେହି ପଞ୍ଚାୟତ ଗୁଡିକ ହେଲା ପଡ଼ିଆ ବ୍ଲକର ସିମିଳିବାଞ୍ଛା, କାଲଦାପଲି,ମାଥିଲି ବ୍ଲକର ଆମ୍ବାଗୁଡା,ମାଲକାନଗିରି ବ୍ଲକ ର ଉଡୁପା,କାଲିମେଳା ବ୍ଲକ ର ନାଲାଗୁନ୍ଥି ପଞ୍ଚାୟତ ରହିଛି। ସେହି ପଞ୍ଚାୟତ ଗୁଡିକୁ ପୁରସ୍କୃତ କରାଯାଇଥିଲା ।