ନୂଆଦିଲ୍ଳୀ,୨୯।୬: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୁଲ୍ଳା ଅଲ୍ଳୀ ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ଆୟୋଜିତ କାର୍ଯ୍ୟକ୍ରମର ଆରମ୍ଭ ୪ ଜୁଲାଇରୁ ହେବ। ଏଥିରେ ସାମିଲ ହେବାକୁ ଭାରତ ପକ୍ଷରୁ ବିହାରର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟୈଦ ଅତା ହସନେନ୍ ଓ ବୈଦେଶିକ ରାଷ୍ଟ୍ରପତି ପବିତ୍ରା ମାର୍ଗାରେଟ୍ ଚଳିତ ସପ୍ତାହରେ ସାମିଲ ହେବେ। ଇରାନର ବହୁ ସହରରେ ୪ ରୁ ୯ ଜୁଲାଇ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏଥିରେ ଲକ୍ଷାଧିକ ଲୋକ ସାମିଲ ହେବେ। ବହୁ ଭିଆଇପି ଓ ବିଦେଶୀ ଅତିଥି ମଧ୍ୟ ଆସିବାର ଆଶା କରାଯାଉଛି।

ଇରାନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାମେନେଇଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା। ଇରାନ ମିଡିଆ ଅନୁସାରେ, ୪ ଓ ୫ ଜୁଲାଇରେ ତେହରାନର ଇମାମ ଖୁମେନି ମୌସାଲା ପ୍ରାର୍ଥନା ହଲରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ କରିବେ। ଏହାପରେ ୬ ଓ ୭ ଜୁଲାଇରେ ରାଜଧାନୀ ତେହରାନ ଓ ମଧ୍ୟ ଇରାନର ବହୁ ସହରରେ ଅନ୍ତିମ ଯାତ୍ରା ବାହାର କରାଯିବ। ଏହାପରେ ୯ ଜୁଲାଇରେ ଉତ୍ତର-ପୂର୍ବ ସହର ମଶହଦରେ ଅନ୍ତିମ ସଂସ୍କାରର ଶେଷ କାର୍ଯ୍ୟକ୍ରମ ହେବ। ସେହି ଦିନ ଦିଂବଗତ ନେତାଙ୍କୁ ଶିଆ ମୁସଲମାନଙ୍କ ଅଷ୍ଟମ ଇମାମ, ଇମାମ ରଜା ର ପବିତ୍ର ଦରଘା ପରିସରେ କବର ଦିଆଯିବ।

ଦୀଘ ସମୟ ପର୍ଯ୍ୟନ୍ତ ଇରାନର ସର୍ବୋଚ୍ଚ ନେତା ଥିବା ଖାମେନେଇଙ୍କ ୨୮ ଫେବୃଆରୀରେ ଆମେରିକା ଓ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ରେ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ଆରମ୍ଭରୁ ତାଙ୍କ ପୁଅ ମୋଜତବା ଖାମେନେଇଙ୍କୁ ଇରାନର ନୂଆ ସର୍ବୋଚ୍ଚ ନେତା ଚୟନ କରାଯାଇଥିଲା। ମାର୍ଚ୍ଚରେ ଖାମନେଇଙ୍କ ମୃତ୍ୟୁକୁ ଆମେରିକା ଓ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏକ ଐତିହାସିକ ଆକ୍ରମଣର ପରିଣାମ ବୋଲି କୁହାଯାଉଛି। ଏହି ଘଟଣା ୪୬ ବର୍ଷ ପୁରୁଣା ଶିଆ ଧର୍ମତାନ୍ତ୍ରିକ ଶାସନ ପାଇଁ ବଡ଼ ମୋଡ ବୋଲି କୁହାଯିବ।