PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଅଯୋଧ୍ୟା ଜମି ବିବାଦ ମାମଲା ୩୧ ସୁଦ୍ଧା ରିପୋର୍ଟ ଦେବାକୁ ମଧ୍ୟସ୍ଥ କମିଟିକୁ ନିର୍ଦ୍ଦେଶ ;ଅଗଷ୍ଟ ୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୮ା୭(ଏଜେନ୍ସି): ଅଯୋଧ୍ୟା ଜମି ବିବାଦର ଆପୋଷ ସମାଧାନ ପାଇଁ ଗଠିତ ମଧ୍ୟସ୍ଥ କମିଟିକୁ ଆସନ୍ତା ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ରେ କରାଯିବାକୁ ସର୍ବୋଚ୍ଚ ଅଦାଲତ ଦିନଧାର୍ଯ୍ୟ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ୍‌.ଏ ବୋବଡେ, ଡି.ୱାଇ ଚନ୍ଦ୍ରଚୂଡ, ଅଶୋକ ଭୂଷଣ ଓ ଏସ୍‌. ଅବଦୁଲ ନଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।

ମଧ୍ୟସ୍ଥ କମିଟିର ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଅଯୋଧ୍ୟା ଜମି ବିବାଦ ମାମଲାର ଦୈନନ୍ଦିନ ଶୁଣାଣି କରାଯିବ କି ନାହିଁ ତାହା ଉପରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ । କମିଟିର ରିପୋର୍ଟକୁ ରେକର୍ଡକୁ ନିଆଯିବ ନାହିଁ । ସମ୍ବେଦନଶୀଳ ଦୃଷ୍ଟିରୁ ଏହାକୁ ଗୋପନ ରଖାଯିବ । ଅଯୋଧ୍ୟା ଜମି ବିବାଦର ଆପୋଷ ସମାଧାନ ରାସ୍ତା ବାହାର କରିବା ପାଇଁ ସୁପ୍ରିମକୋର୍ଟ ୩ ଜଣିଆ ମଧ୍ୟସ୍ଥ କମିଟି ଗଠନ କରିଥିଲେ । ଅଗଷ୍ଟ ୧୫ ତାରିଖ ସୁଦ୍ଧା କମିଟିକୁ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । କମିଟି ଗତ ମେ’ରେ ତାହାର ଅନ୍ତରୀଣ ରିପୋର୍ଟ ଜଉମୁଦ ଲଫାପାରେ ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିଲା । କିନ୍ତୁ ଅଧିକ ସମୟ ଲୋଡିଥିଲା । ଆବେଦନକାରୀ ଗୋପାଳ ସିଂହ ବିଶାରଦଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଡଭୋକେଟ ପି.ଏସ୍‌. ନରସିହ୍ମା ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ କି ମଧ୍ୟସ୍ଥ କମିଟିର କାର୍ଯ୍ୟରେ ସେଭଳି କୌଣସିି ଅଗ୍ରଗତି ଘଟିନାହିଁ । କିନ୍ତୁ ମୁସଲିମ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଅନ୍ୟତମ ବରିଷ୍ଠ ଆଡଭୋକେଟ ରାଜୀବ ଧାୱନ ତାଙ୍କର ଯୁକ୍ତିକୁ ବିରୋଧ କରିଥିଲେ ।

ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୮ ତାରିଖରେ ପୂର୍ବତନ ବିଚାରପତି ଏଫ.ଏମ୍‌. କଲିଫୁଲ୍ଲା, ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ନେଇ ୩ ଜଣିଆ ମଧ୍ୟସ୍ଥ କମିଟି ଗଠନ କରିଥିଲେ । ଅଯୋଧ୍ୟା ଜମି ବିବାଦ ମାମଲାରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଆପୋଷ ସମାଧାନର ବାଟ ବାହାର କରିବାକୁ କମିଟିକୁ କୁହାଯାଇଥିଲା । ଆବଶ୍ୟକ ସ୍ଥଳେ କମିଟି ଚାହିଁଲେ ଅଧିକ ସଦସ୍ୟ ନେଇପାରିବେ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ କହିଥିଲେ । କିନ୍ତୁ ସେମାନଙ୍କ ରିପୋର୍ଟକୁ ସାର୍ବାଜନୀନ କରା ନଯାଇ ଗୋପନ ରଖାଯିବ ।

୨୦୧୦ ସେପ୍ଟେମ୍ବର ୩୦ ତାରିଖରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ରାୟରେ ଅଯୋଧ୍ୟାର ବିବାଦୀୟ ଜମିକୁ ସମାନ ୩ ଭାଗରେ ବାଣ୍ଟିଦେବାକୁ କହିଥିଲେ । ରାମଲାଲା ମୂର୍ତ୍ତି ଥିବା ସ୍ଥାନକୁ ରାମଲାଲା ବିରାଜମାନକୁ, ସୀତା ରୋଷେଇ ଓ ରାମ ଚବୁତରା ଅଞ୍ଚଳ ନିର୍ମୋହୀ ଆଖଡାକୁ ଏବଂ ଅବଶିଷ୍ଟ ଅଞ୍ଚଳ ସୁନି ୱାକଫ ବୋର୍ଡକୁ ପ୍ରଦାନ କରିବାକୁ ହାଇକୋର୍ଟ କହିଥିଲେ । ମାତ୍ର ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ପକ୍ଷ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ଗତ ୨୦୧୧ ମେ ୯ରେ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ସହ ମାମଲାର ଶୁଣାଣି କରିବାକୁ ରାଜି ହୋଇଥିଲେ ।

ସମ୍ବନ୍ଧିତ ଖବର