ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଝାଡ଼ଖଣ୍ଡର ୨୧ଟି ସ୍ଥାନରେ ଇଡ଼ିର ଚଢାଉ,ଆୟୁଷ୍ମାନ ଯୋଜନାରେ ଦୁର୍ନୀତି ମାମଲାରେ ଆକ୍ସନ

Published By : Anindita Ratha | April 4, 2025 1:43 PM

ନୂଆଦିଲ୍ଲୀ, ୦୪/୦୪:  ଝାଡ଼ଖଣ୍ଡର ୨୧ଟି ସ୍ଥାନରେ ଇଡିର ଚଢାଉ । ଆୟୁଷ୍ମାନ ଯୋଜନାରେ ଦୁର୍ନୀତି ମାମଲାରେ ହୋଇଛି ଚଢାଉ। ଡ଼ାକ୍ତରଖାନାରେ ବିନା ଆଡ଼ମିଶନ ଓ ଚିକିତ୍ସାରେ ଟଙ୍କା କ୍ଲେମ କରାଯାଇଥିବାର ରହିଛି ଅଭିଯୋଗ। ଯାହାକୁ ନେଇ ୨୧୨ଟି ହସ୍ପିଟାଲ, ଇନ୍ସୁରାନ୍ସ ଓ ଔଷଧ କମ୍ପାନି ତଦନ୍ତ ପରିସରରେ ଅଛି । 

ଏହି ମାମଲାରେ ୟୁପି, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀର କିଛି ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି। ସୂତ୍ର ଅନୁସାରେ, ଇଡ଼ି ଟିମ୍ ଏବଂ ବହୁ ସଂଖ୍ୟକ ସୁରକ୍ଷାବାହୀନୀ ସକାଳେ ଏହି ସ୍ଥାନଗୁଡ଼ିକରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲେ। ଝାଡ଼ଖଣ୍ଡ ସମେତ ୪ଟି ରାଜ୍ୟରେ ଏକକାଳୀନ ଚଢାଉ କରାଯାଇଥିଲା। ଆୟୁଷ୍ମାନ ଯୋଜନାରେ ହସ୍ପିଟାଲଗୁଡ଼ିକୁ ଦିଆଯାଇଥିବା ପାଣ୍ଠିର ବହୁଳ ପରିମାଣରେ ଅପବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ- ଦେଶରେ ୧୩.୮୬ ଲକ୍ଷ ଏଲୋପାଥି, ୭.୫୧ ଲକ୍ଷ ଆୟୁଷ ଡ଼ାକ୍ତର: କେନ୍ଦ୍ର

ତଦନ୍ତରୁ ଜଣାପଡିଛି ଯେ, କିଛି ହସ୍ପିଟାଲ ରୋଗୀଙ୍କୁ ଭର୍ତ୍ତି ନ କରି ଚିକିତ୍ସା ନାମରେ କେନ୍ଦ୍ର ସରକାରଙ୍କଠାରୁ ପାଣ୍ଠି ହାସଲ କରିଥିଲେ। ଝାଡ଼ଖଣ୍ଡରେ ଆୟୁଷ୍ମାନ ଯୋଜନାରେ ପଞ୍ଜିକୃତ ୭୫୦ ରୁ ଅଧିକ ହସ୍ପିଟାଲ ମଧ୍ୟରୁ ଅନେକ ହସ୍ପିଟାଲ ବିରୋଧରେ ଏହି ଅଭିଯୋଗ ରହିଛି। ତଦନ୍ତ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ତଥାପି, ଏହି ମାମଲାରେ ଇଡି ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ଅନ୍ୟପଟେ  ତାମିଲନାଡୁ ଏବଂ କେରଳରେ ଇଡି ଚଢାଉ ଜାରି ରହିଛି। ଗୋକୁଳମ ଗୋପାଳନଙ୍କ ଚିଟ୍ ଫଣ୍ଡ କମ୍ପାନୀ ସହିତ ଜଡିତ ସ୍ଥାନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂତ୍ର ଅନୁସାରେ, ଗୋକୁଳମ ଗୋପାଳନ ଏମ୍ପୁରନ ଜଣେ ଫିଲ୍ମର  ପ୍ରଯୋଜକ।









Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.