ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଦେଶରେ ୧୩.୮୬ ଲକ୍ଷ ଏଲୋପାଥି, ୭.୫୧ ଲକ୍ଷ ଆୟୁଷ ଡ଼ାକ୍ତର: କେନ୍ଦ୍ର

Published By : Ankita S | April 4, 2025 11:16 AM

ନୂଆଦିଲ୍ଲୀ,୦୪/୦୪: ଦେଶରେ ମୋଟ୍ ଏଲୋପାଥି ଓ ଆୟୁଷ ଡ଼ାକ୍ତରଙ୍କ ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଦେଶରେ ୧୩, ୮୬,୧୫୦ ଜଣ ଏଲୋପାଥି ଡାକ୍ତର ରହିଛନ୍ତି । ସେହିପରି ଆୟୁଷ ଚିକିତ୍ସକ ଭାବେ ଦେଶରେ ୭ ଲକ୍ଷ ୫୧ ହଜାର ୭୬୮ ପଞ୍ଜୀକୃତ ହୋଇଛନ୍ତି । ଯାହା ଡ଼ାକ୍ତର ଓ ଜନସଂଖ୍ୟା ଅନୁପାତର ୧: ୮୧୧ ।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ଅନୁପ୍ରିୟା ପଟେଲ ଏକ ଲିଖିତ ଉତ୍ତରେ ରାଜ୍ୟସଭାରେ କହିଛନ୍ତି, ଦେଶରେ ଏଯାବତ୍ ମୋଟ ୭୪ ହଜାର ୩୦୬ ପୋଷ୍ଟ ଗ୍ରାଜୁଏଟ୍ ସିଟ୍ । ଦେଶରେ ମୋଟ୍ ୧,୧୮,୧୯୦ ଏମବିବିଏସ୍ ସିଟ୍ ରହିଛି । ଉଭୟ ଏଲୋପାଥି ଓ ଆୟୁଷ ଚିକିତ୍ସା କ୍ଷେତ୍ରରେ ୮୦ ପ୍ରତିଶତ ପଞ୍ଜୀକୃତ ଡ଼ାକ୍ତର ରହିଛନ୍ତି । ଦେଶରେ ଏହା ଡ଼ାକ୍ତର ଓ ଜନସଂଖ୍ୟା ଅନୁପାତର ୧: ୮୧୧ । ଦେଶରେ ଡ଼ାକ୍ତର ଓ ମେଡ଼ିକାଲ ଫ୍ରଫେସନାଲର ସଂଖ୍ୟା ବଢାଇବାକୁ ସରକାର ପଦକ୍ଷେପ ନେଉଛନ୍ତି । ସେଥିରେ ଜିଲ୍ଲାରେ ନୂଆ ମେଡ଼ିକାଲ କଲେଜ ସ୍ଥାପନ କରିବା ଅନ୍ତର୍ଭୁକ୍ତ ରହିଛି । ଯେଉଁଥିରେ ୧୫୭ ସ୍ବୀକୃତି ମେଡ଼ିକାଲ କଲେଜ ମଧ୍ୟରୁ ୧୩୧ ନୂଆ ମେଡ଼ିକାଲ କଲେଜ ପୂର୍ବରୁ ହିଁ କାର୍ଯ୍ୟକାରୀ ହୋଇଛି ।

ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ)ରେ ସୁପ ସ୍ପେଶାଲିଟି ବ୍ଲକ ନିର୍ମାଣ ହେଉଛି । ମୋଟ୍ ୭୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୭୧ଟି ସମାପ୍ତ ହୋଇଛି । ନୂଆ ଏମ୍ସର ସ୍ଥାପନା ପାଇଁ କେନ୍ଦ୍ରୀୟ ସେକ୍ଟର ସ୍କିମରେ ୨୨ଟି ଏମ୍ସକୁ ସ୍ବୀକୃତି ମିଳିଛି । ୧୯ଟି ସଂସ୍ଥାକୁ ସ୍ନାତ୍ତକ ପାଠ୍ୟକ୍ରମ ପାଇଁ ଆରମ୍ଭ ହୋଇ ସାରିଛି ।

ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଷ୍ଟ୍ରୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ (ଏନଆରଏଚଏମ) ଜରିଆରେ ମାନବ ସମ୍ବଳ କୌଶଳରେ ଉନ୍ନତୀ ଆଣିବା ଏକ ପ୍ରମୁଖ ପଦକ୍ଷେପ । ଏନଆରଏଚଏମ ଅଧୀନରେ ଦୁର୍ଗମ ଅଞ୍ଚଳରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏମବିବିଏସ୍ ପାଠ୍ୟକ୍ରମରେ ସାମିଲ ହୋଇଥିବା ଏନଏମସିରେ ଜିଲ୍ଲା ପଞ୍ଜୀକୃତ କାର୍ଯ୍ୟକ୍ରମ ଜରିଆରେ ମେଡ଼ିକାଲ କଲେଜରେ ସ୍ଥାନିତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.