ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଚିକିତ୍ସା ବାହାନାରେ ନାବାଳିକାଙ୍କୁ ବାବାଙ୍କ ଦୁଷ୍କର୍ମ

Published By : Suraj Kumar | July 2, 2025 8:36 PM

ମନମୁଣ୍ଡା, ୨।୭ : ଚିକିତ୍ସା ବାହାନାରେ ଜନୈକା ନାବାଳିକାଙ୍କୁ ଜଣେ ବାବା ଦୁଷ୍କର୍ମ କରିଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୁଲିସ ସମ୍ପୃକ୍ତ ବାବାଙ୍କୁ ଗିରଫ କରିଛି। 

ଜଣେ ନାବାଳିକାର ସ୍ବାସ୍ଥ୍ୟ ଅବସ୍ଥା  ଭଲ ନ ଥିଲା। ଡାକ୍ତରୀ ଔଷଧ ଖୁଆଇ ଭଲ ନ ହେବାରୁ ବାବାଙ୍କ ଉପରେ ବିଶ୍ୱାସ କରି ନାବାଳିକାକୁ ତାଙ୍କ ବାପା ମଙ୍ଗଳବାର ମନମୁଣ୍ଡା ଥାନା ଅନ୍ତର୍ଗତ ପଲସାଗୋରା ପଞ୍ଚାୟତ ଯୁନାନି ଗ୍ରାମ ରେ ଥିବା ଜଣେ ବାବାଙ୍କ ନିକଟକୁ ନେଇଥିଲେ। ଉତ୍ତମ ଚିକିତ୍ସା ପାଇଁ ନାବାଳିକାଙ୍କୁ ସେଠାରେ ଗୋଟିଏ ରାତି ରଖିବାକୁ ପଡ଼ିବ ବୋଲି ବାବା କହିଥିଲେ। ବାବାଙ୍କ କଥାରେ ବିଶ୍ବାସ କରି ନାବାଳିକାକୁ ତାଙ୍କ ବାପା ବାବାଙ୍କ ଠାରେ ଛାଡ଼ି ଦେଇ ଆସିଥିଲେ। କିନ୍ତୁ ଚିକିତ୍ସା ବାହାନାରେ ବାବା ନାବାଳିକାକୁ ରାତ୍ରିରେ ଦୁଷ୍କର୍ମ କରିଥିଲେ। ତେବେ ନାବାଳିକା ଜଣକ ମଧ୍ୟରାତ୍ରରେ ବାବାଙ୍କ ନିକଟରୁ କୌଣସି ମତେ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ରାସ୍ତାରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଦେଖା ହେବାରୁ ସାହାଯ୍ୟ ପାଇଁ ନିବେଦନ କରିଥିଲା। ଉକ୍ତ ବ୍ୟକ୍ତି ପୀଡ଼ିତାର ବାପାଙ୍କୁ ଖବର ଦେଇଥିଲେ। ତୁରନ୍ତ  ନାବାଳିକାଙ୍କ ବାପା  ଆସିଥିଲେ ଓ ଆମ୍ବୁଲାନ୍ସ ଯୋଗେ ମନମୁଣ୍ଡା ଡାକ୍ତରଖାନାରେ ନାବାଳିକାକୁ ଭର୍ତ୍ତି କରିଥିଲେ।  ଏନେଇ ପୀଡ଼ିତାର ବାପା ବୁଧବାର ମନମୁଣ୍ଡା ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତକୁ  ଗିରଫ କରିଛି।  ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଅଞ୍ଜଳି ବିଶ୍ଵାଳ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.