ମୁମ୍ୱାଇ –ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ( ଏନସିପି)ର ନେତା ବାବା ସିଦ୍ଦିକିଙ୍କର ହତ୍ୟା ପରେ ପୁନେରେ ଆଉ ଜଣେ ନେତାଙ୍କୁ ଟାର୍ଗେଟ୍ କରାଯିବାର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ମୁମ୍ୱାଇ ପୁଲିସ ଖୁଲାସା କରିଛି ଯେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପୁନେର ଜଣେ ନେତାଙ୍କ ହତ୍ୟାର ଯୋଜନା କରୁଥିଲା ଏବଂ ଏହି କାମକୁ ସଫଳ କରିବାର ଦାୟିତ୍ୱ ପ୍ଲାନ୍ ବିରେ ସାମିଲ ଥିବା ସୁଟରଙ୍କୁ ପ୍ରଦାନ କରାଯାଇ ଥିଲା।
ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବିକ , ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି , ପୁନେରେ ଜଣେ ନେତାଙ୍କୁ ଟାର୍ଗେଟ୍ କରାଯିବାର ଇନପୁଟ୍ ମିଳିବା ପରେ, ସବୁ ସୂଚନା ପୁନେ ପୁଲିସ ସହ ସେୟାର କରାଯାଇଛି। ଏହି ମାମଲା ସେତେବେଳେ ସାମନାକୁ ଆସିଛି ଯେବେ ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚ ସେହି ବନ୍ଧୁକକୁ ଜବତ କରିଥିଲା , ଯାହାକୁ ହତ୍ୟାକାଣ୍ଡରେ ବ୍ୟବହାର କରା ଯିବାର ଥିଲା।
ହେଲେ, ପୁଲିସ ପୁନେର ନେତାଙ୍କ ନାଁ ସାର୍ବଜନିକ କରି ନାହିଁ। ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚ ଏବେ ଏହା ମଧ୍ୟ ଯାଞ୍ଚ କରୁଛି କି ଏହି ଷଡ଼ଯନ୍ତ୍ର ଅନୁସାରେ , ଅଭିଯୁକ୍ତ ଗୌରବ ବିଳାସ ଅପୁନେ ରେକି କରିଥିଲା ନା ନାହିଁ । ଶୁକ୍ରବାର ବାବା ସିଦ୍ଦିକି ହତ୍ୟାକାଣ୍ଡ ମାମଲାରେ ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚ ଗୌରବ ବିଳାସ ଅପୁନେକୁ ଗିରଫ କରିଥିଲା।
ପଚରାପଚରି ବେଳେ ଗୌରବ କହିଛି କି , ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପ୍ଲାନ –ବି କରାଯାଇ ଖିଲା , ଯାହାକି ପ୍ଲାନ୍-ଏ ର ଅସଫଳ ହେବାର ସ୍ଥିତିରେ ଥିଲା। ଅପୁନେ କହିଛି କି , ସେ ଝାଡ଼ଖଣ୍ଡ ଯାଇ ଅନ୍ୟ ଅଭିଯୁକ୍ତ ରୁପେଶ ମୋହଲ ସହ ଫାୟାରିଂର ପ୍ରାକ୍ଟିସ୍ କରିଥିଲା। ଏହି ଅଭ୍ୟାସର ପଛରେ କଥିତ ମାଷ୍ଟରମାଇଣ୍ଡ ଶୁଭମ ଲୋନକରର ଆଦେଶ ଥିଲା। କ୍ରାଇମ୍ ବ୍ରାଞ୍ଚ ଅଧିାକାରୀ ଏବେ ଝାଡ଼ଖଣ୍ଡରେ ସେହି ସ୍ଥାନକୁ ଜାଣିବାକୁ ଚେଷ୍ଟା କରୁଛି , ଯେଉଁଠି ଏହି ଫାୟାରିଂ ଅଭ୍ୟାସକୁ ସଫଳ କରାଯାଇ ଥିଲା। ପୁନେର ନେତାଙ୍କ ଉପର ହମଲାର ବିପଦର ଯାଞ୍ଚ ଏବେ ବି ଜାରି ରହିଛି।