ନୂଆଦିଲ୍ଲୀ : ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ରଚିଲେ ଇତିହାସ । ପିଏସଏଲରେ ହାସଲ କଲେ ବଡ଼ ରେକର୍ଡ । ୫୨ ବଲରେ ଅପରାଜିତ ଶତକ ହାସଲ କରି ନିଜ ନାମରେ କଲେ ନୂଆ କିର୍ତ୍ତିମାନ । ବାବରଙ୍କ ଦମଦାର ପାଳି ବଳରେ ତାଙ୍କ ଦଳ ୨୫୫ ରନରେ ପହଞ୍ଚି ପାରିଥିଲା । ତେବେ ଦଳଗତ ସହ ବ୍ୟକ୍ତିଗତ ରେକର୍ଡ ହାସଲ କରିଛନ୍ତି ବାବର ।ବାବରଙ୍କ ଏହେି ଶତକରେ ସେ ରେକର୍ଡ କରିଛନ୍ତି । ୫୨ ବଲ ମଧ୍ୟରେ ସେ ମାତ୍ର ଗୋଟିଏ ଡଟ୍ ବଲର ସାମ୍ନା କରିଛନ୍ତି । ଯାହାକି କ୍ରିକେଟରେ ବହୁତ କମ୍ ଦେଖିବାକୁ ମିଳେ । ଏହାସହ ପିଏସଏଲରେ ସେ ଦ୍ରୁତତମ ଶତକ ହାସଲ କରିବାରେ ରେକର୍ଡ କରିଛନ୍ତି ।

ଏହାସହ ଶତକ ହାସଲରେ ସେ କମରାନ ଆକମଲ, ଉସମାନ ଖାନ ଏବଂ ରୁସୋଙ୍କ ରେକର୍ଡର ସମକ୍ଷକ ହୋଇଛନ୍ତି । ପିଏସଏଲ ତାଙ୍କର ଏହା ତୃତୀୟ ଶତକ । ଏହାସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ୧୨ତମ ଶତକ ।ତେବେ ଆମେ ଯଦି ବାବରଙ୍କ ସମ୍ପର୍କରେ କହିବା ତାହେଲେ ସେ ପିଏସଏଲରେ ଏବେ ଦମଦାର ଫର୍ମରେ ରହିଛନ୍ତି । ୭ ଇନିଂସରେ ୪୦୧ ରନ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ସାଙ୍ଗକୁ ଆଭରେଜ ମଧ୍ୟ ଭଲ ରହିଛି । ପେଶଓ୍ବାର ଟିମର ସଫଳତା ପାଛରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେପଟେ ସେ ୭୬ଟି ଇନିଂସ ପରେ ଟି-୨୦ କ୍ରିକେଟରେ ଶତକ ହାସଲ କରିଛନ୍ତି । ଟି-୨୦ କ୍ରିକେଟରେ ଧିମା ବ୍ୟାଟିଂ ପାଇଁ ସମାଲୋଚନା କରୁଥିବା ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ବାବର ।