PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବଡ଼ମ୍ବାରେ ହିଂସାକାଣ୍ଡ : ଫରେଷ୍ଟ ବିଟ୍ ହାଉସ୍‌କୁ ଜାଳିଦେଲେ ସ୍ଥାନୀୟ ଲୋକେ, ବ୍ୟାପକ ପୋଲିସ ଫୋର୍ସ ମୁତୟନ

କଟକ, ୦୬/୦୨ : ବନବିଭାଗ ଦ୍ୱାରା ଅଟକ ଥିବା ଧନିଆ ବେହେରାଙ୍କ ମୃତ୍ୟୁ ପରେ ବଡ଼ମ୍ବାରେ ହିଂସାକାଣ୍ଡ ଘଟିଛି। ୬୫ ନମ୍ବର ଜାତୀୟ ରାଜପଥରେ ନିଆଁ ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହ ବାଣପୁର ସ୍ଥିତ ଫରେଷ୍ଟ ବିଟ୍ ହାଉସ୍‌କୁ ଜାଳି ଦେଇଛନ୍ତି। ସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ରାସ୍ତାରୋକ କରିଥିବା ମୃତକଙ୍କ ପରିବାର ଏବଂ ଗ୍ରାମବାସୀଙ୍କୁ ପୁଲିସ ବୁଝାସୁଝା କରିଥିଲେ ସୁଦ୍ଧା ସେମାନେ ଶୁଣିନଥିଲେ। ଫଳରେ ୫ ଲକ୍ଷର କ୍ଷତିପୂରଣ ଏବଂ ମୃତକଙ୍କ ଜଣେ ପରିବାର ସଦସ୍ୟଙ୍କୁ ଚାକିରି ମିଳିବା ନେଇ ପ୍ରତିଶ୍ରୁତି ପାଇବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ବିଜେପି ନେତା ବିଜୟ ଦଳ ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରଶାସନ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଆଠଗଡ଼ ଡିଏସପିଙ୍କ କାର୍ଯ୍ୟାଳୟରେ ୨ ଜଣ ଏସିଏଫ୍, ଜଣେ ରେଞ୍ଜରଙ୍କ ସମେତ ବନ କର୍ମଚାରୀମାନେ ଅଟକ ଥିବା ଜଣାପଡିଛି। ମୃତକଙ୍କ ପରିବାରଙ୍କ ଅଭିଯୋଗ ଆଧାରରେ ବନ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।