ମାଲକାନଗିରି /କାଲିମେଳା, ୩/୩ : ଆରମ୍ଭ ହୋଇଛି ମାଲକାନଗିରିର ଗଣ ପର୍ଵ ବଡ଼ଯାତ୍ରା ।ସୀମାନ୍ତ ଆନ୍ଧ୍ରପ୍ରଦେଶ ତାଡକାରେଉ ଝରଣା ଜଳରେ  ତିନି ଠାକୁର କନାମରାଜୁ, ବାଲାରାଜୁ , ପୋତୁରାଜୁଙ୍କ ସ୍ନାନ କରିଛନ୍ତି। ଏହା ପରେ ଓଡ଼ିଶା ପବିତ୍ର ସିଲେରୁ ନଦୀ ପୋଲେରୁ ଘାଟ ରେ ବଡ଼ଯାତ୍ର ଠାକୁରଙ୍କ ନୌକା ବିହାର କରାଯାଇ ମାନ୍ୟମକୋଣ୍ଡା ମୁତ୍ୟାଲୁମା ପୀଠରେ ରାତ୍ର ରହଣୀ କରିଛନ୍ତି ବଡ଼ ଠାକୁର। ଏହି ଯାତ୍ରାରେ ଓଡିଶା, ଆନ୍ଧ୍ର, ତେଲଙ୍ଗନା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳ ର ଲକ୍ଷା ଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଠାକୁର ଙ୍କ ସହ ସ୍ନାନ କରିଛନ୍ତି  ।

 ଦୁଇ ବର୍ଷ ଅପେକ୍ଷାର ଅନ୍ତ ସରିଛି।  ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଳା ର ପ୍ରସିଦ୍ଧ ତଥା ତିନି ରାଜ୍ୟ ର ଆଦିବାସୀ ଙ୍କର ଗଣ ପର୍ବ ବଡ଼ଯାତ୍ରା ।   ଏକ ମାସ ଧରି ବଡ଼ଯାତ୍ରା ର ରୀତିନୀତି ଆରମ୍ଭ ହୋଇଥାଏ ।  ଆନ୍ଧ୍ରପ୍ରଦେଶ ପୋଲେରୁ ଠାରୁ ଆରମ୍ଭ ହୁଏ ବଡ଼ଯାତ୍ରା । ଆଦିବାସୀ ଙ୍କ ଆରାଧ୍ୟ ଦେବା ଦେବୀ ଙ୍କୁ କଅଁଳ ବାଉଁଶ ମୟୁର ପୁଚ୍ଛ ସାହାଯ୍ୟରେ ପ୍ରତିଷ୍ଠା କରଯାଏ। ତା ପରେ ସୁସଜିତ ବିମାନ ରେ ବିରାଜମାନ କରାଯାଇ ସ୍ନାନ ଯାତ୍ରା ରେ ବାହାରନ୍ତି ତିନିଟି ଠାକୁର। ଲୋକ କଥା ଅନୁଯାୟୀ ଠାକୁର ଙ୍କ ବୁଡ଼ ପଡିବା ପରେ ଏହି  କୁଣ୍ଡ ରେ ବୁଡ଼ ପକେଇଲେ କୋଟି ଜନ୍ମ ର ପୂର୍ଣ୍ଣ ମିଳିଥାଏ। ତିନି ଠାକୁର କନାମରାଜୁ ,ଵାଲାରାଜୁ , ପୋତରାଜୁ ଏବଂ ମା ମୁତୀୟାଲୁ ଙ୍କୁ ତଡକାରେଉ ସ୍ନାନ ପରେ ଡଙ୍ଗାରେ ସମସ୍ତ ଦେବା ଦେବୀଙ୍କୁ ମନ୍ୟମକୋଣ୍ଡା ଠାରେ ଅଣା ଯାଇ ସେଠାରେ ଦିନେ ମା’ ପୂଜା ପାଇବା ପରେ ମାଲକାନଗିରି ଅଭିମୁଖେ ଯାଇଥାନ୍ତି । ବଡ ଠାକୁରଙ୍କ ପାଖେ ଭକ୍ତଙ୍କ ମନସ୍କମାନା ପୂର୍ଣ ହେଉଥିବାରୁ ବହୁ ଭକ୍ତ ଏହି ଯାତ୍ରାରେ ଯୋଗଦେଇଥାନ୍ତି ।ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଠାକୁରଙ୍କ ବିମାନ ଯାଇ ଭୋଗ ପାଇବା ପରେ ଆସନ୍ତା ୮ତାରିଖ ରେ ମାଲକାନଗିରି ଜିଲ୍ଲା ସଦର ମହାକୁମା କୁ ପ୍ରବେଶ କରିବେ।