ପ୍ରମୁଖ ଖବର
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ବାହାନଗା ରେଳ ଦୁର୍ଘଟଣା: ପୁଣି ୭ ଜଣଙ୍କୁ ଜେରା କଲା ସିବିଆଇ, ଜେରା ହେବେ ଦୁଇ ଲୋକ ପାଇଲଟ୍

ଖନ୍ତାପଡ଼ା ୦୯/୦୬: ବାହାନଗା ରେଳ ଦୁର୍ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ପୁଣି ୭ ଜଣଙ୍କୁ ଜେରା କରିଛି । ଏହି ସମୟରେ ସିବିଆଇକୁ କିଛି ତଥ୍ୟ ମିଳିଥିବା ଜଣାପଡ଼ିଛି । ଅପ୍‌ଲାଇନ୍‌ରେ ଯିବା ପାଇଁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିଥିବା ବେଳେ କେଉଁ ପରିସ୍ଥିତିରେ କରମଣ୍ଡଳ ଲୁପ୍‌ଲାଇଇନ୍‌ରେ ଯାଇ ମାଲବାହୀ ଟ୍ରେନ୍‌ ସହ ଧକ୍କା ହେଲା, ଇଣ୍ଟରଲକିଂ ବ୍ୟବସ୍ଥା କାମ କରୁଥିଲା ନା ନାହିଁ, ସେ ସମୟରେ ଷ୍ଟେସନ୍‌ ମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କ ଭୂମିକା କ’ଣ ଥିଲା, ସେ ବାବଦରେ ସିବିଆଇ ଖୋଳତାଡ଼ କରିଥିଲା ।

ଗୁରୁବାର ସିବିଆଇ ଟିମ୍‌ ପୁଣି ଘଟଣା ସ୍ଥଳକୁ ଯାଇଥିଲା । ସେଣ୍ଟ୍ରାଲ୍‌ ଫରେନ୍ସିକ୍‌ ଟିମ୍‌ର ଆରମ୍ଭରୁ ଦୁର୍ଘଟଣା ପଛରେ ଆତ୍ମଘାତୀ କାର୍ଯ୍ୟକଳାପ ସନ୍ଦେହ ଥିବାରୁ ସିବିଆଇ ଟିମ୍‌ ପୂର୍ବରୁ ପଚାରିଥିବା ପ୍ରଶ୍ନକୁ ବିଭିନ୍ନ ମୋଡ଼ରେ ରେଳ କର୍ମଚାରୀଙ୍କୁ ପଚାରୁଥିବା ଜଣାପଡ଼ିଛି । ପୁଣିଥରେ ସିଗ୍ନାଲ୍‌ ସିଷ୍ଟମ୍‌, ରିଲେ ରୁମ୍‌, ବିଦ୍ୟୁତ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଷ୍ଟେସନ୍‌ ମାଷ୍ଟରଙ୍କ କାର୍ଯ୍ୟାଳୟରେ ଥିବା ବିଭିନ୍ନ ମେସିନ୍‌ ଯାଞ୍ଚ କରିଥିଲେ । ଏହି ଦୁର୍ଘଟଣା ବାବାଦରେ ଅଧିକ ତଥ୍ୟ ପାଇବାକୁ ହେଲେ ସିବିଆଇକୁ ଆଉ କିଛି ଦିନ ଅପେକ୍ଷା କରବାକୁ ପଡିବ । ଭୁବନେଶ୍ୱରରେ ଚିକିତ୍ସାଧୀନ ଦୁଇ ଲୋକ ପାଇଲଟଙ୍କୁ ଜେରା ପରେ ଷଡ଼ଯନ୍ତ୍ରକାରୀକୁ ଧରିବାକୁ ସିବିଆଇକୁ ସହଜ ହେବ । ସେପଟେ ଦୁର୍ଘଟଣା ଦିନରୁ ବିଭାଗୀୟ ତଦନ୍ତ ଚାଲିଛି । ଯାହା ବିରୋଧରେ ସାମାନ୍ୟ ଟିକେ୍‌ ସୁରାକ ମିଳିବ ତା’ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳ ବିଭାଗର ପୂର୍ବରୁ ଜଣାଇ ଦେଇଛି ।

wp:embed {"url":"https://www.prameya.com/bahanga-high-school-building-was-demolished/","type":"wp-embed","providerNameSlug":"prameya"}
https://www.prameya.com/bahanga-high-school-building-was-demolished/
/wp:embed

Copyright © 2022 - Summa Real Media Private Limited. All Rights Reserved.