ସୋର, ୦୯/୦୬ : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର। ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗା ଯାଉଛି। ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ। ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଭୋର୍ ୪ଟାରୁ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି।
{"id":584875,"sizeSlug":"large","linkDestination":"none"}
ପ୍ରକାଶ ଥାଉକି, ଜୁନ୍ ୨ ତାରିଖ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନ୍ ନିକଟରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶତାଧିକ ବ୍ୟକ୍ତିଙ୍କ ମୃତଦେହ ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରଖାଯାଇଥିଲା । ମୃତଦେହ ଉଠିବା ପରେ ସେଠାରେ ରକ୍ତଛିଟା, ରକ୍ତଭିଜା ଲୁଗା ପଡ଼ିଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ଏ ବାବଦରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗୁରୁବାର ବିଦ୍ୟାଳୟକୁ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପରିଦର୍ଶନରେ ଆସିଥିଲେ । ସେଠାରେ ଆଲୋଚନା ବେଳେ ଯଦି ବିଦ୍ୟାଳୟ ପରିଚାଳନା କମିଟି (ଏସ୍ଏମ୍ସି) ଚାହିଁବ ବିଦ୍ୟାଳୟ ଗୃହ ଭଙ୍ଗାଯିବ ବୋଲି ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ସୂତାର, ପିଡି ବିଶ୍ୱରଞ୍ଜନ ନାୟକ, ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ବାହାନଗା ତହସିଲଦାର ହିମାଂଶୁ ଶେଖର ଗିରି, ବାହାନଗା ବିଡିଓ ଗୌରାଙ୍ଗ ଚରଣ ଘୋଷ ପ୍ରମୁଖ ଶ୍ରେଣୀଗୃହ ପରିଦର୍ଶନ କରିଥିଲେ । ତୁରନ୍ତ ବିଦ୍ୟାଳୟରେ ରଙ୍ଗ ଦିଆଯିବା ସହ ଭାଙ୍ଗିଯାଇଥିବା ଆସବାବପତ୍ରଗୁଡ଼ିକ ମରାମତି କରାଯିବ । ଭୂତ, ପ୍ରେତକୁ ବିଶ୍ୱାସ ନକରିବା ପାଇଁ ଜିଲ୍ଲାପାଳ କହିଥିଲେ ।
{"id":584876,"sizeSlug":"large","linkDestination":"none"}
ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ଟିମ୍ ବୁଧବାର ବାହାନଗା ହାଇସ୍କୁଲ୍ ପରିଦର୍ଶନ କରିଥିଲେ । ଗୁରୁବାର ବାଲେଶ୍ୱର ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ଏକ ଟିମ୍ ସ୍କୁଲ୍ ପରିଦର୍ଶନ କରିଛନ୍ତି । ଏହି ଟିମ୍ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀଙ୍କ ମନସ୍ତାତ୍ତ୍ୱିକ (ସାଇକୋ ସୋସିଆଲ୍) କାଉନସେଲିଂ କରାଯିବ ।
ବାହାନଗା ଟ୍ରେନ୍ ଟ୍ରାଜେଡି: ଦୁର୍ଘଟଣା ଗୁମର ଖୋଲିବ ମୋବାଇଲ୍! ଯାଞ୍ଚ ଚାଲିଛି ଷ୍ଟେସନ୍ ସିସିଟିଭି ଫୁଟେଜ୍