ବିଜେପିରେ ଯୋଗଦେଲେ ବିଜେପି

ନୁଆଦିଲ୍ଲୀ ୪/୩: ବିଜେପିରେ ଯୋଗଦେଇଛନ୍ତି ବିଜେଡିର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡା । ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବୈଜୟନ୍ତ । ବିଜେଡିରୁ ଇସ୍ତଫା ଦେବାପରେ ବୈଜୟନ୍ତ କେଉଁ ଦଳକୁ ଯିବେ ନା ନୂଆଦଳ ଗଠନ କରିବେ ସେନେଇ ଅନେକ ଦିନ ଧରି ଚର୍ଚ୍ଚା ଲାଗିରହିଥିଲା । ଏପରିକି ସେ କେତେବେଳେ ବିଜେପିରେ ମିଶୁଛନ୍ତି ତ ଆଉ କେତେବେଳେ କଂଗ୍ରେସରେ ମିଶୁଛନ୍ତି ତାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ମଧ୍ଯ ଆସୁଥିଲା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବୈଜୟନ୍ତ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଏନେଇ ଟ୍ୱିଟ୍ ମାଧ୍ଯମରେ ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା ।
Nine months of introspection & widespread consultations w/colleagues & public.
— Baijayant Jay Panda (@PandaJay) March 4, 2019
Grateful for support recd from all over.
On auspicious #MahaShivratri I’ve decided to join @BJP4India & work under the leadership of @narendramodi Ji to serve Odisha & India to the best of my ability?

ଏହା ପୂର୍ବରୁ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ସିଟରୁ ବିଜେଡି ତରଫରୁ ଲୋକସଭା ସାଂସଦ ରହିସାରିଛନ୍ତି । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବୈଜୟନ୍ତ ରାଜ୍ଯସଭା ସାଂସଦ ମଧ୍ଯ ରହିଆସିଛନ୍ତି । ତେବେ ସେ ବିଜେପିରେ ଯୋଗଦେବା ପରେ ରାଜ୍ଯରେ ବିଜେପିର ସ୍ଥିତି ଅଧିକ ମଜଭୁତ ହେବା କଳ୍ପନା କରାଯାଉଛି । ଦଳ ବିରୋଧୀ କାର୍ଯ୍ଯ ଯୋଗୁଁ ବିଜେଡିରୁ ନିଲମ୍ବନ ହୋଇଥିବା ବୈଜୟନ୍ତ ମେ ୨୦୧୮ରେ ଦଳ ଛାଡିଦେଇଥିଲେ ।
ଅଧିକ ପଢନ୍ତୁ ବିଜେପିରେ ମିଶିବା ପାଇଁ ୨୨ ବର୍ଷ ଅପେକ୍ଷା କଲି: ବୈଜୟନ୍ତ