PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମଧ୍ୟପ୍ରଦେଶର ବାଲାଘାଟରେ ଜଙ୍ଗଲ ମଝିରେ ଦୁର୍ଘଟଣାଗ୍ରସ୍ତ ହେଲା ଚାର୍ଟାର୍ଡ ବିମାନ, ୨ ପାଇଲଟଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କିର୍ନାପୁର ଅଞ୍ଚଳର ଭକ୍କୁଟୋଲା ଜଙ୍ଗଲରେ ଏକ ଚାର୍ଟାର୍ଡ ​​ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଠାରେ ପଥର ମଝିରେ ଏକ ଜଳିଯାଇଥିବା ମୃତ ଦେହ ଦେଖିବାକୁ ମିଳିଛି । ଖବର ଲେଖାହେବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚିପାରି ନଥିଲା ।

ସୂଚନା ଅନୁଯାୟୀ, ବାଲାଘାଟର ଲାଞ୍ଜି ଏବଂ କିର୍ନାପୁର୍ ମଝିରେ ଭକ୍କୁଟୋଲା-କୋସମାରା ପାହଡ ଉପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ପ୍ରଶିକ୍ଷକ ପାଇଲଟଙ୍କ ସହ ପ୍ରଶିକ୍ଷଣ ନେଉଥିବା ଜଣେ ମହିଳା ପାଇଲଟଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଅପରାହ୍ନ ପ୍ରାୟ ୩.୨୦ ସମୟରେ ହୋଇଥିବା କୁହାଯାଉଛି । ଏହି ଚାର୍ଟାର୍ଡ ​​ବିମାନଟି ପ୍ରାୟ ୧୫ ମିନିଟ୍ ପୂର୍ବରୁ ବିର୍ସି ବିମାନବନ୍ଦରରୁ ଉଡ଼ିଥିଲା ।  ଦୁର୍ଘଟଣା ପରେ ବିମାନଟି ନିଆଁରେ ପୋଡି ହୋଇଯାଇଥିଲା । ଭିଡିଓରେ ଏକ ମୃତ ଦେହ ଜଳୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଏକ ମୃତଦେହ ଖୋଜା ଚାଲିଛି । ବିମାନରେ ତ୍ରୁଟି ଯୋଗୁଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରକାଶ ପାଇଛି । ଜିଲ୍ଲା ଏସପି ସମୀର ସୌରଭ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି ।

ସମ୍ବନ୍ଧିତ ଖବର