ବଲାଙ୍ଗିର: ବଲାଙ୍ଗିର ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ଚାକିରୀ ମାମଲାରେ ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କୁଳମଣୀ ରଣା, ଅଜୁଦିନ କୁମ୍ଭାର, ରଜତ ନାଏକ, ସୁଧୀର ଭୁଏ ତୋଫାନ ବାଗ ରହିଛନ୍ତି। ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ମୋଟ୍ ୫ ଜଣଙ୍କୁ ଗିରଫ କରାଯାଇଛି।
ଏମାନେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ଚାକିରୀ ହାତେଇ ଥିଲେ। ଗତ ୨୦୨୩ ମସିହାରେ ବଲାଙ୍ଗୀର ଜିଲ୍ଲା ଡିଭିଜନ ଡାକ ଅଫିସ ଅଧିକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ ଏତଲା ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୧୭ ଜଣଙ୍କୁ ଗିରଫ କରାଯାଇଛି।