ଶୀତଳ ଷଷ୍ଠୀ ଯାତ୍ରା ବେଳେ ଯୁବକଙ୍କୁ ହତ୍ୟା ଘଟଣା, ୨ ଅଭିଯୁକ୍ତ ଗିରଫ

ବଲାଙ୍ଗିର, ୨୬|୫ : ଶୀତଳ ଷଷ୍ଠୀ ଯାତ୍ରା ବେଳେ ଗତ ମଙ୍ଗଳବାର ଭୋର ସକାଳେ ବଲାଙ୍ଗିର ସହରର ନରସିଂହ ମନ୍ଦିର ଗଳିରେ ହତ୍ୟାକାଣ୍ଡ ଘଟଣା। ୨ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ଥାନା ପୁଲିସ। ଏନେଇ ଆଜି ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଋଷିକେଶ ଖିଲାରି ସୂଚନା ଦେଇଛନ୍ତି। ୨ ଅଭିଯୁକ୍ତଙ୍କୁ ଗଞ୍ଜାମରୁ ଗିରଫ କରାଯାଇଥିବା ଏସପି କହିଛନ୍ତି। ତଦନ୍ତ ଜାରି ଥିବାରୁ ଅଭିଯୁକ୍ତଙ୍କ ନାମ କହିବାକୁ ପୁଲିସ ମନା କରିଛି।
ସୂଚନା ଥାଉକି, ଚା ପିଉଥିବା ବେଳେ ଗେଟ୍ ସରୋବର ପଡ଼ାର ସରୋଜ ପାଣିଗ୍ରାହୀଙ୍କୁ କେତେକ ଯୁବକ ଛୁରା ମାଡ଼ କରିଥିଲେ। ସେହିପରି ପ୍ରେମ ସାହୁଙ୍କୁ ଛୁରା ମାଡ଼ କରାଯାଇଥିଲା। ତେବେ ଘଟଣାସ୍ଥଳରେ ସରୋଜ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମ ସାହୁ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ପରେ ପ୍ରେମଙ୍କ ଜୀବନ ବଞ୍ଚି ଯାଇଥିଲା। ସରୋଜଙ୍କ ବାପା ଗତ ୬ ବର୍ଷ ତଳେ ବଲାଙ୍ଗୀର ପୌରପରିଷଦରେ ଚାକିରୀ କରୁଥିବା ବେଳେ ମୃତ୍ୟ ହୋଇଥିଲା। ବାପାଙ୍କ ଚାକିରୀ ଗତ ମାସେ ତଳେ ସରୋଜ ପାଇଥିବା ବେଳେ ଏବେ ତାଙ୍କର ମୃତ୍ୟୁ ଘଟିଛି।