PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗୀର, ୧୬/୦୮ : ବଲାଙ୍ଗୀରରେ ବିଭତ୍ସ ହତ୍ୟା। ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣି ପକାଇଲେ ଦୁର୍ବୃତ୍ତ। ବଲାଙ୍ଗୀର ଭୀମଭୋଇ ମେଡକାଲ ଡାଇରିଆ ୱାର୍ଡ ପାଖରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି।

ସୂଚନାନୁଯାୟୀ, ଭୋର୍‌ରୁ ସକାଳୁ ଅଜୁ ଦୋରା ଏବଂ ତାଙ୍କ ମାଆ ସ୍କୁଟିରେ ହସ୍ପିଟାଲ ନିକଟରେ ଥିବା ଜଳଖିଆ ଦୋକାନକୁ ଆସୁଥିବା ବେଳେ ଦୁଇ ଜଣ ଦୃବର୍ତ୍ତ ଖଣ୍ଡାରେ ଆକ୍ରମଣ କରି ଫେରାର୍ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଜୁ ଦୋରାଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ହତ୍ୟାର କାରଣ ପୂର୍ବଶତ୍ରୁତା ବୋଲି ଜଣାପଡିଛି । ଟାଉନଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।