ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କର ହତ୍ୟାକାଣ୍ଡ ଘଟଣା। କୋଲକାତା ପୁଲିସକୁ ରବିବାର ରାତିରେ ବଡ଼ ସଫଳତା ମିଳିଛି। ଲକ୍ଷ୍ନୌରୁ ବଲିଆ ଯାଉଥିବା ଜଣେ ଯୁବକଙ୍କୁ ଅଯୋଧ୍ୟାରେ କୋଲକାତା ପୁଲିସ ଗିରଫ କରି ନେଇଯାଇଛି। ଗିରଫ ଠାକୁର ରାଜ ସିଂହଙ୍କୁ ହତ୍ୟାକାଣ୍ଡରେ ସାମିଲ ସୁଟର ବୋଲି କହିଛି ପୁଲିସ। ରାଜ ସିଂହଙ୍କ ବଲିଆରେ ପୂର୍ବରୁ ମଧ୍ୟ ଏକ ହତ୍ୟାକାଣ୍ଡରେ ନାଁ ଆସି ସାରିଛି। କୋଲକାତା ପୁଲିସ ରାଜ ସିଂହଙ୍କୁ ସେତେବେଳେ ଗିରଫ କଲା , ଯେବେ ସେ ଲକ୍ଷ୍ନୌରେ ଆୟୋଜିତ ଏକ ହାଇପ୍ରୋଫାଇଲ ବିବାହରେ ସାମିଲ ହୋଇ ନିଜର ମା’ଙ୍କ ସହ ଫେରୁ ଥିଲେ। ଠାକୁର ରାଜ ସିଂହଙ୍କ ନାଁରେ ତିଆରି ଫେସବୁକ ଫେଜରେ ଏହି ବିବାହର ଅନେକ ଫଟୋ ମଧ୍ୟ ରହିଛି। ଏଥିରେ ରାଜ ସିଂହ ଅନେକ ନେତା ଓ ପୁଲିସଙ୍କ ସହ ନଜର ଆସୁଛନ୍ତି।
ଅଯୋଧ୍ୟାରେ ଏଡିଜି ଜୋନ୍ ପ୍ରବୀଣ କୁମାରଙ୍କ ଅନୁସାରେ, ବଲିଆ ନିବାସୀ ରାଜ ସିଂହଙ୍କୁ ଅଯୋଧ୍ୟା ପୁଲିସର ସାହାଯ୍ୟରେ ରବିବାର ବିଳମ୍ୱିତ ରାତିରେ ପଶ୍ଚିମ ବଙ୍ଗ ପୁଲିସ ନିଜ କବଜାରେ ନେଇଛି। କୁହାଯାଏ ଯେ, ବିହାରର ବକ୍ସରରେ ଗିରଫ ଦୁଇ ଯୁବକଙ୍କୁ ପଚରା ପଚରା ପରେ ରାଜ ସିଂହଙ୍କୁ ଗିରଫ କରାଯାଇଛି।
ରାଜ ସିଂହଙ୍କ ସହ ଥିବା ମାଆ ଗିରଫକୁ ବିରୋଧ ମଧ୍ୟ କରିଥିଲେ। ଗିରଫ କାରଣ ପଚାରିବାରୁ ଏତିକି କହିଥିଲେ ଯେ, ପଚରାପଚରି ପରେ ଛାଡ଼ି ଦେବେ। ବଲିଆରେ ମିଡିଆ ସହ କଥା ହୋଇ ରାଜଙ୍କର ମାଆ କହିଥିଲେ ମୋ ପୁଅ କେବେ କୋଲକାତା ଯାଇ ନଥିଲା। ଆମର କୋଲକାତାରେ କୌଣସି ସଂପର୍କୀୟ ମଧ୍ୟ ନାହାନ୍ତି। ସେଠାରୁ ସିସିଟିଭି ଫୁଟେଜ୍ ଦେଖା ଯାଉ। ହତ୍ୟାକାଣ୍ଡ ଦିନ ମଧ୍ୟ ମୋ ପୁଅ ମୋ ଘରେ ଥିଲା। ଆମର ମଧ୍ୟ ମୋବାଇଲ ଚେକ୍ କରାଯାଉ । ମା କହିଥିଲେ ଯେ, ଆମେ ଅଯୋଧ୍ୟରେ ଦର୍ଶନ ସାରି ଫେରୁ ଥିଲୁ। ଏହି ସମୟରେ କୋଲକାତା ପୁଲିସ ଗିରଫ କରି ଥିଲା। ମୋ ପୁଅ ସର୍ବଦା ମୋ ପାଖରେ ହିଁ ରହୁ ଥିଲା। ଆମ ଘରେ ସିସିଟିଭି କ୍ୟାମେରା ମଧ୍ୟ ଲାଗିଛି। ପୂରା କ୍ୟାମେରା ଚେକ୍ କରି ନିଅନ୍ତୁ।
ରାଜ ସିଂହ ମୂଳତଃ ବଲିଆର ଗଡୱାର ଥାନାର ବୁଡଉ କୁରେଜିରେ ରୁହନ୍ତି। ସହରର ଆନନ୍ଦ ନଗର ଅଞ୍ଚଳରେ ତାଙ୍କର ଘର। ୧୩ ଅକ୍ଟୋବର ୨୦୨୦ରେ ଦିବ୍ୟାଙ୍ଗ ଅଣ୍ଡା ଦୋକାନୀଙ୍କ ହତ୍ୟାରେ ମଧ୍ୟ ରାଜ ସିଂହଙ୍କ ନାଁ ଆସି ଥିଲା। ଏଥିରେ ସେ ଅଭିଯୁକ୍ତ ଅଛନ୍ତି। ରାଜ ସିଂହଙ୍କ ବାପାଙ୍କ ମୃତ୍ୟୁ ହୋଇ ସାରିଛି ଏବଂ ମାଆ ଡାକଘରେ ଚାକିରି କରନ୍ତି।
ରାଜସିଂହଙ୍କ ଫେସବୁକ୍ ପ୍ରୋଫାଇଲ ଅନୁସାରେ , ସେ ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା ଉତ୍ତର ପ୍ରଦେଶର ମହାସଚିବ ମଧ୍ୟ ଅଛନ୍ତି। ତିନି ଦିନ ପୂର୍ବେ ରାଜ ସିଂହ ଲକ୍ଷ୍ନୌରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କର ନାତି ଏମଏଲସି ରବିଶଙ୍କର ସିଂହଙ୍କ ଝିଅଙ୍କ ବାହାଘରରେ ସାମିଲ ହେବାକୁ ଯାଇ ଥିଲେ। ଜନେଶ୍ୱର ପାର୍କରେ ଆୟୋଜିତ ବିବାହ ବେଳର ଅନେକ ଫଟୋ ତାଙ୍କ ପ୍ରୋଫାଇଲରେ ଅଛି। ଏଥିରେ ଅନେକ ନେତା ଓ ପୁଲିସଙ୍କ ସହ ରାଜ ସିଂହଙ୍କୁ ଦେଖିବାକୁ ମିଳୁଛି।
ଆହୁରି ମଧ୍ୟ ପଢନ୍ତୁ : 'ପ୍ରି ପ୍ଲାନ୍ ମର୍ଡର, ୧୫ ବର୍ଷର ମହାଜଙ୍ଗଲ ରାଜ୍ର ଫଳ'; ପିଏ ହତ୍ୟାକାଣ୍ଡ ଘଟଣାରେ ଶୁଭେନ୍ଦୁଙ୍କ ବୟାନ