ନୂଆଦିଲ୍ଲୀ : ଶ୍ବଶୁରଘରେ ପଶିଲା ସ୍ତ୍ରୀ ଏବଂ ଶାଶୁଙ୍କୁ ମାରିଦେଲା । ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଶ୍ବଶୁର । ଉତ୍ତରପ୍ରଦେଶର ବାଲିଆରୁ ଆସିଛି ଏଭଳି ଏକ ଘଟଣା । ସ୍ତ୍ରୀ ଏବଂ ଶାଶୁଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୁକ୍ତି ଅମିତ ଗୁପ୍ତାକୁ ଗିରଫ କରିଛି ପୁଲିସ । ପାରିବାରିକ କଳହରୁ ଏଭଳି ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରେ ସୂଚନା ଦିଆଯାଇଛି । ମୃତକ ମାଆ ଝିଅ ହେଲେ ପ୍ରୀତି ଏବଂ ସୁଶୀଳା ।
ପୁଲିସର ରିପୋର୍ଟ ଅନୁଯାୟୀ, ଅମିତ ଏବଂ ପ୍ରୀତି ପ୍ରେମ ବିବାହ କରିଥିଲେ । ଉଭୟ ବେଶ ଖୁସିରେ ଚଳୁଥିଲେ । ସେମାନଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶାଶୁଘର ଛାଡ଼ି ବାପଘରେ ରହୁଥିଲେ ପ୍ରୀତି । ଶନିବାର ଅମିତ ଶ୍ବଶୁରଘରକୁ ଯାଇ ପୁଅକୁ ଛଡ଼ାଇ ଆଣିବାକୁ ପ୍ରୟାସ କରିଥିଲେ । ଯେଉଁ କାରଣରୁ ଝଗଡ଼ା ଆରମ୍ଭ ହୋଇଥିଲା । ଏହାପରେ ସେ ଛୁରୀରେ ଶ୍ବଶୁର, ଶାଶୁ ଏବଂ ସ୍ତ୍ରୀଙ୍କୁ ଆକମଣ କରିଥିଲେ । ଘଟଣାସ୍ଥଳରେ ମାଆ ଝିଅଙ୍କ ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଏହାସହ ପଢ଼ନ୍ତୁ : ୬୦ ବର୍ଷୀୟା ବୃଦ୍ଧାଙ୍କ ଅଶ୍ଳୀଳ ଫଟୋ ଛାଡ଼ି ଗିରଫ ହେଲେ ସରକାରୀ କର୍ମଚାରୀ